STORYMIRROR

Sudhir Kumar Panda

Inspirational

3  

Sudhir Kumar Panda

Inspirational

ସ୍ତ୍ରୀ

ସ୍ତ୍ରୀ

1 min
322

ଜୀବନର ଚଲାପଥେ କ୍ଷଣଟିଏ ଆସେ

ଅଲିଅଳି ଦୁହିତାଟି ବୋହୁବେଶ ସାଜେ

ଦୁଇ ପଟ ଚୁଡି ଆଉ ଟୋପାଏ ସିନ୍ଦୁର

ଠିକଣା ବଦଳି ଯାଏ ଆଉ ଏକ ଘର।


ସୀମନ୍ତିନୀ ସୋହାଗିନୀ ଅବା ଗୃହବଧୁ

ନୂତନ ଦାୟିତ୍ୱ ନେଇ ଗୃହ ରକ୍ଷା ସାଧୁ

ସକାଳରୁ ରାତି ଯାଏଁ ଘର କାମ ଯେତେ

ହରସି ଭରସି କରେ ଅନେକ ପ୍ରଯତ୍ନେ।


ସୂଚାରୁ କର୍ମ କୁଶଳା ଗୃହ ପ୍ରବନ୍ଧିକା

ସକଳ ଦାଇତ୍ଵ ସିଏ ନେଇଥାଏ ଏକା

ପରିବାର ସଦସ୍ୟର ଖୁସିରେ ତା ଖୁସି

ଦୁଃଖ ହେଉ କଷ୍ଟ ହେଉ ଦେଉଥାଏ ହସି।


ସ୍ତ୍ରୀଟିଏ ଅଟେ ସର୍ବଦା ଘରର ସମ୍ଭାର

ସ୍ବର୍ଗସମ ଥାଏ ଘର ଲାଗେ ଆପଣାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational