STORYMIRROR

Sudhir Kumar Panda

Classics

3  

Sudhir Kumar Panda

Classics

ନୂଆ ବରଷରେ ନୂଆ କଣ

ନୂଆ ବରଷରେ ନୂଆ କଣ

1 min
255


ତୁମେ ଏଠି ଅଛ, ମୁଁ ବି ଅଛି ଏଠି, ଅଛନ୍ତି ଅନେକ ପ୍ରିୟଜନ

ଆଉ ଥୋକେ ଏଠୁ ଛାଡି ଚାଲିଗଲେ ଭୋଗିସାରିଥିବା ଦିନମାନ।

ଗଲା ବରଷର ଏଇ ଦିନଟିରେ କେତେ ଯେ ସପନ ଦେଖିଥିଲେ

କିଛି ସତ ହେଲା କିଛି ମିଛ ହେଲା ସମୟ ସୁଅରେ ଭାସିଗଲେ। 


ନୂଆ ସପନର ବୀଜବପନରୁ କିଛିତ ଅଙ୍କୁରି ଚାରା ହେଲେ

ଆଉ କିଛି ଏଠି ଅଫଳିତ ସ୍ବପ୍ନ ଉଜୁଡିଯାଇ ବେଚାରା ହେଲେ।

ଚାରାକୁ ଯତନ ଲାଳନ ପାଳନ ଦିନେ ମହାଦ୍ରୁମ କରିଦେବ

ନୂଆଁ ବରଷର ନୂତନ ଭାବନା ତାହାକୁ ନୂତନ ରୂପ ଦେବ। 


ସେଇ ସୂର୍ଯ୍ୟ ତାରା ସେଇ ଆମ ଧରା ସେଇ ସାଙ୍ଗସାଥୀ ପରିଜନ

ତାଙ୍କରି ସାଥିରେ ସୁଖ ଖୁସି ଭରି କଟାଇବା ପାଇଁ ଦିନମାନ।

ନୂତନ ଭାବନା ନୂତନ ଚେତନା ନୂତନ ସପନ ଭରିବାକୁ

ନୂତନ ବରଷ ମନରେ ହରସ ସପନ ସଫଳ କରିବାକୁ। 


ତୁମେ ନୂଆଁ ନୁହଁ, ମୁଁ ବି ନୂଆଁ ନୁହଁ, ନୂଆଁ କିନ୍ତୁ ତାରିଖ ଓ ଦିନ

ନୂଆଁ ବରଷରେ ସଫଳ କରିବା ମନେ ରଖିଥିବା ସ୍ବପ୍ନମାନ। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Classics