STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ସମୟ

ସମୟ

1 min
12.1K

ସମୟର ଧାରା ଅବିରତ ଯାଏ ବହି,

ଆମ କିଛିକ୍ଷଣ ହିସାବ ରଖିବା କାହିଁ ?

ଜୀବନ ଯେ ଏତେ ଦେଇଅଛି ଅଗଣିତ

ଯାହା ମିଳିନାହିଁ କାହିଁକି କରିବା ଗଣିତ।

ବନ୍ଧୁଗଣ ଏଠି ଦେଇଛନ୍ତି ଏତେ ପ୍ରେମ

ରଖିବି କାହିଁକି ବଇରୀ ଭାବର ଭ୍ରମ।

ଦିନରେ ଏତେ ଯେ ଆଲୋକ ରହିଛି ଭରି

ରାତିର ଅନ୍ଧାର କିମ୍ପା ହେବି ମୁହିଁ ଝୁରି।

ଦୁଇ କ୍ଷଣ ଖୁସି ଯଥେଷ୍ଟ ହସିବାପାଇଁ

ଉଦାସ ଭାବର ହିସାବ ରଖିବି କାହିଁ। 



Rate this content
Log in

Similar oriya poem from Abstract