STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ସମୟ

ସମୟ

1 min
12.1K

ସମୟର ଧାରା ଅବିରତ ଯାଏ ବହି,

ଆମ କିଛିକ୍ଷଣ ହିସାବ ରଖିବା କାହିଁ ?

ଜୀବନ ଯେ ଏତେ ଦେଇଅଛି ଅଗଣିତ

ଯାହା ମିଳିନାହିଁ କାହିଁକି କରିବା ଗଣିତ।

ବନ୍ଧୁଗଣ ଏଠି ଦେଇଛନ୍ତି ଏତେ ପ୍ରେମ

ରଖିବି କାହିଁକି ବଇରୀ ଭାବର ଭ୍ରମ।

ଦିନରେ ଏତେ ଯେ ଆଲୋକ ରହିଛି ଭରି

ରାତିର ଅନ୍ଧାର କିମ୍ପା ହେବି ମୁହିଁ ଝୁରି।

ଦୁଇ କ୍ଷଣ ଖୁସି ଯଥେଷ୍ଟ ହସିବାପାଇଁ

ଉଦାସ ଭାବର ହିସାବ ରଖିବି କାହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract