STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ଡାକ୍ତର

ଡାକ୍ତର

1 min
11.8K

ଜନମ ମରଣ ମଝିରେ ଜୀବନ ସୁସ୍ଥରେ ରଖିବ କିଏ?

ସ୍ବାସ୍ଥ୍ୟ କର୍ମଚାରୀ ସ୍ବାସ୍ଥ୍ୟର ଯତନ ଜ୍ଞାନ ଅଧିକାରୀ ଯିଏ।

ମାନବ ଶରୀର ସଂରଚନା ଜ୍ଞାନ ରୋଗ ବଇରାଗ କଥା

ଅସୁସ୍ଥ ଶରୀର ସୁସ୍ଥ କରିବାକୁ ମନରେ ଯାହାର ବ୍ୟଥା।

ନିଜ ଯୌବନର ଅଧା ବୟସଟି ପଢାରେ ସେ ଦିଏ ସାରି

ସମ୍ବେଦନଶୀଳ ହୃଦୟକୁ ନେଇ ଜ୍ଞାନରେ ସମୃଦ୍ଧ କରି।

ରୋଗ ଦେଖେ ସିଏ ରୋରୀକୁ ନଦେଖେ ନଦେଖେ ରୋଗୀର ଭାଉ

ନିଜ କରମରେ ବ୍ରତୀ ହୋଇଥାଏ ଯିଏ ଯାହା କହେ କହୁ।

ମାନବିକତାର ପରମ ପବିତ୍ର କରମ ଧରମେ ମାତି

ଅହରହ ସେବା ବ୍ରତେ ଥାଏ ମତି ନ ଡରି ବରଷା ତାତି।

ଉପଚାର କରେ ନିଜ ପାରୁପଣେ ସୁସ୍ଥ ଜୀବନର ପାଇଁ

ରୋଗୀ ସେବା ପାଇଁ ସତତ ପ୍ରସ୍ତୁତ ଦିନ ରାତି ମାନେ ନାହିଁ।

ରୋଗ ନିରୂପଣ ସେବାର ବିଧାନ ନିୟମିତ କରୁଥାଏ

ମହା ପୂଣ୍ୟବନ୍ତ ଡାକ୍ତର ତ ନୁହଁ ଭଗବାନ ରୂପ ସିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract