STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ପଥ

ପଥ

1 min
23.2K


ଲୋକେ ତ କହନ୍ତି ରାସ୍ତା କେଉଁ ଆଡେ ଯାଏ

ରାସ୍ତା କିନ୍ତୁ ଯାଏ ନାହିଁ ପଡି ରହିଥାଏ।

ଯାଉଥାଏ ଯିଏ ସିଏ ଅଟଇ ପଥିକ

ନିଜ ଇଚ୍ଛା ଅନୁସାରେ ଧରଇ ସଡକ।

ଚଲାବାଟ କେବଳଯେ ସାକ୍ଷୀ ଚାଲିବାର

ବାଟୋଇର ପ୍ରୟୋଜନେ କିବା ଆଶା ତାର।

ବାଟୋଇ ସାଧନା ଆଉ ରାସ୍ତା ତ ସାଧନ

ଚାଲିଯିବା ଲୋକ ପାଏ ତାର ପ୍ରାପ୍ୟ ମନ।

ଯିଏ ଯିବ ଯେତେ ବାଟ ସେତେ ଲମ୍ବା ପଥ

ଦୀର୍ଘ ପଥେ ପୁରା ହୁଏ ବଡ ମନୋରଥ।

ବେଳେବେଳେ ଅଭିଳାଷ ଯଦି ଥାଏ ନୁଆଁ

ପଥ ନୁଆଁ ଗଢା ହୁଏ , ହୁଏ ତାରେ ଛୁଆଁ।

ପଥ, ରଥ, ମନୋରଥ ମିଶେ ଯେଉଁଠାରେ

ହୃଦୟର ତୃପ୍ତି ହୁଏ ସେହି ପଥଧାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract