STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ସଂଗରୋଧ

ସଂଗରୋଧ

1 min
11.8K


ଏକୁଟିଆ ଠାରୁ ମିଶି ରହିବାରେ ଥାଏ ଅପାର ଆନନ୍ଦ

ମିଳିମିଶିକରି ମଜା କରୁଥିଲେ ଲୋକଙ୍କୁ ଖୁବ୍ ପସନ୍ଦ।

ମିଳିଥାଏ ବଳ ଯେବେ ଲୋକମାନେ ରହିଥାନ୍ତି ହୋଇ ଦଳ

ବାହାର ଶତ୍ରୁଙ୍କ ପ୍ରଭାବ ସେଠାରେ ହୁଅଇ ନିଶ୍ଚେ ନିଷ୍ଫଳ।

ଏକୁଟିଆ ହୋଇ ରହିବାକୁ କେବେ କରେନା କେହି ପସନ୍ଦ

ଏକୁଟିଆ ହୋଇ ରହିଲେ ଲାଗଇ ଜୀବନଟା ଭାରି ମନ୍ଦ।

ସାଥି ହସ ଖୁସି ମଜା ମଜଲିସ ଜୀବନ ଭାରି ମଉଜ

ସାଥେ ମିଳିମିଶି କାମ କରିଗଲେ କାମଟି ହୁଏ ସହଜ।

କିନ୍ତୁ ବେଳେ ବେଳେ ସାଙ୍ଗ ସାଥି ମେଳେ ଆସିଥାଏ ଯେ ବିପଦ

ରୋଗ ସଂକ୍ରାମକ ହୋଇଥିବ ଯେବେ ସଂଗରୋଧ ତାର ଗଦ।

ଏହି ରୋଗୀ ସଂଗେ ମିଳାମିଶା କଲେ ରୋଗ ତ ଡେଇଁବ ଜାଣ

ଅଜାଣତେ ଯଦି ସଂକ୍ରମଣ ବଢେ ଚାଲି ଯାଇ ପାରେ ପ୍ରାଣ।

ଏହି ସମୟରେ ସଂଗରୋଧ ହୋଇ ଏକାନ୍ତ ନିବାସ କଲେ

ରୋଗ ସଂକ୍ରମଣ ବଢି ନ ପାରିବ, ବର୍ତ୍ତିଯିବା ସର୍ବେ ହେଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract