STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ଆଶାର ଆଲୋକ

ଆଶାର ଆଲୋକ

1 min
23.9K


ଅମା ଅନ୍ଧକାର ଘଡି ସମୟର ସୁରୁଜ ଉଇଁଲେ ହଟେ

ଶୋଇପଡିଥିବା ଭାଗ୍ୟ ଦେହଟିରୁ କାଳିମାର ଦାଗ ମିଟେ।

ରାତି କେଇଘଡି ଘୋଡାଇ ରଖିଲା ଚଳ ଚଞ୍ଚଳ ଜୀବନ

ସେଇ ସମୟରେ ଭୋଗିନିଏ ପ୍ରାଣ ତନ୍ଦ୍ରା ବିଜଡିତ ସ୍ବପ୍ନ।

ସପନରେ ଦେଖେ ନୂତନ ଜୀବନ ମନେ ମନେ ମନ ହସେ

ସକାଳ ପାହିଲେ ସକଳ କାମନା ସର୍ଜନରେ ଗଢି ବସେ।

ହୃଦୟ କନ୍ଦରେ ଗଢେ ନିରନ୍ତର ସପନ ସୁନ୍ଦର ସୌଧ

ସେଇ ପ୍ରାସାଦର ପ୍ରସାଦଟି ପାଇଁ ପରିଶ୍ରମ ତା ଅଗାଧ।

ଘନ ରାତ୍ରୀଟିର ଅମା ଅନ୍ଧକାରେ ଶୟନ ଯାଏ ସେ ଏକା

ଶଯ୍ୟାତ୍ୟାଗ କରି କର୍ମେ ରତ ହେଲେ ପଡେ ବନ୍ଧୁ ସାଥି ଡକା।

ଏକା ନାହିଁ କେହି ଏଇ ଦୁନିଆରେ ଭରିଛନ୍ତି ସାଙ୍ଗ ସାଥି

ସାହାଯ୍ୟର ହାତ ବଢାଇ ଦିଅନ୍ତି ଗଢିତୋଳି ନୁଆ ବୀଥି।

ସାଂଗସାଥି ମେଳେ ହଟେ ଅନ୍ଧକାର ମିଟିଯାଏ କୁଜ୍ଝଟିକା

ନାଶ ଯାଇଥାଏ ସବୁ ଅନ୍ଧକାର ମନରେ ନଥାଏ ଦକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract