STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ନବରାତ୍ର

ନବରାତ୍ର

1 min
110


ସଙ୍କଳ୍ପ କରିଛି ମନର ମଇଳା

ଛଡାଇବି ଏହି ବର୍ଷ

କରିଥିବା ପାପ ଧୋଇବି ନିଶ୍ଚୟ

ଏ ଦେହ ହେଲାଣି ବିଷ।


ବଲ୍ୟକାଳୁ ଧନ ସଞ୍ଚିନାହିଁ ବୋଲି

ଖାଲରେ ପଡୁଛି ନିତି

ରୋଗ ଶୋକ ଦୁଃଖ ଭଣଭଣ ସଦା

ରହିଅଛି ମୋର କତି।


ବାପା ମାଆଙ୍କର ନିଜର ହେଲିନି 

ଯେମିତି ମୁଁ ସାତପର

ପତ୍ନୀ ପୁତ୍ର କନ୍ୟା ମୁହିଁ ମୋଡୁଛନ୍ତି

ସେ ପାଇଁ ଯାଉନି ଘର।


ଶାରୀରିକ ଆଉ ମାନସିକ ସ୍ଥିତି

ଭଲ ନାହିଁ ଆଜିକାଲି

ଅର୍ଥ ହିଁ ଅନର୍ଥ କରିଦେଲା ମୋତେ

ପଥହୁଡ଼ି ରହିଗଲି।


ଏକଲା ଆସିଛି ଯିବି ମୁଁ ଏକଲା

ସମୟ ହୋଇଲା ବୋଧେ

ସେଥିପାଇଁ ମୋତେ ଭଲ ପାଇବାଟା

କେହି ଦେଉନାହିଁ ଅଧେ।


ମନର ମଇଳା ସ୍ୱଚ୍ଛ ଆଣିବାକୁ

ଶପଥଟା ଥିଲା ଦିନେ

ନବରାତ୍ର ଦିନ ପୂର୍ଣ୍ଣତା ହୋଇବ

ପୂର୍ଣ୍ଣାହୁତି ଦେବି ପ୍ରାଣେ।


ମିଶିଯାଉ ଦେହ ଏ ମାଟି ସହିତ

ଦୂର ହେଉ ହୀନ କର୍ମ

ଦେଶବାସୀ ସହ ମୋର ପରିବାର

ଚଳୁଥାନ୍ତୁ କରି ଧର୍ମ।


ହେ ଜଗତ ମାତା ଏ ନବ ରାତ୍ରରେ

ଶୁଭାଶିଷ ଦିଅ ମୋତେ

ମରିବା କାଳରେ ସତ୍ୟର ମଙ୍ଗଟା

ଧରିଥାଏ ଅଳ୍ପ ହାତେ।


ନର୍କର ଦ୍ୱାରରେ କଚାଡ଼ି ମାରନ୍ତୁ

ମନା କରିବିନି ମୋଟେ

ତତଲା ତେଲରେ ବୁଡାଇ ରଖନ୍ତୁ

ଆତ୍ମା ଛାଡ଼ିଯାଉ ଘଟେ।


ପାପ ଧୋଇଦିଅ କ୍ରମମୁକ୍ତି ପାଇଁ

ଆରାଧନା କରେ ବାରେ

ନବରାତ୍ର ଆଜି କୋଟି ନିବେଦନ

ଅନନ୍ତ ଲୁହ ମୋ' ଝରେ।


    


Rate this content
Log in

Similar oriya poem from Abstract