STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ମନ୍ତ୍ରୀ ମଣ୍ଡଳ

ମନ୍ତ୍ରୀ ମଣ୍ଡଳ

1 min
375

ମନ୍ତ୍ରୀମଣ୍ଡଳ
     ସୁକାନ୍ତ ଖଣ୍ଡା
ଏହି ମୋ' ଶରୀର ମନ୍ତ୍ରୀମଣ୍ଡଳକୁ ଭୁଲି କି ପାରିବି କେବେ ଜୀବନ ଯୌବନ ଚଲାଇବା ପାଇଁ ଈଶ୍ଵର ଖଞ୍ଜିଛି ଭବେ?୧

ମସ୍ତିସ୍କ ମୋହର ପ୍ରଧାନ ମନ୍ତ୍ରିଟି ମୁଣ୍ତ ଶିକ୍ଷାମନ୍ତ୍ରୀ ଆଜି ଡାକ ଏବଂ ତାର ବିଭାଗେ ବସାଇ କାନ ଦେଇଛନ୍ତି ସୃଜି।୨

 ଖାଦ୍ୟ ଏବଂ କୃଷିମନ୍ତ୍ରୀ ଏ ଶରୀରେ ପେଟ ମହାଶକ୍ତି ହୋଇ ସାରା ଶରୀରକୁ ଖାଦ୍ୟ ଯୋଗାଇ କି ପ୍ରେମରେ ସର୍ବଦା ବାଇ।୩

 ଅର୍ଥନୀତି ମନ୍ତ୍ରୀ ହୃଦୟ ମୋହର ବିରାଜମାନ ଏ ଦେହେ ସାରା ଶରୀରର ସୁଖ ଆଉ ଦୁଃଖ ହୃଦୟ କୋଣରେ ରହେ।୪

ଶ୍ରମମନ୍ତ୍ରୀ ହାତ କର୍ମରେ ତତ୍ପର ଯାତାୟତ ପାଦ ମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ନାକ ଧର୍ମର ହାଟରେ ଯେମିତି ସଭିଙ୍କ ମୈତ୍ରୀ।୫

ଦାନ୍ତ ଆଜିକାଲି ଉଦ୍ୟୋଗ ମନ୍ତ୍ରୀଟି ତାର ସମ କିଏ ହେବ ଆଖି ଦିବାନିଶି ସାକ୍ଷୀ ରହିବାରୁ କାନୁନ୍ ମନ୍ତ୍ରୀ କହିବ।୬

ଚର୍ମ ରକ୍ଷାମନ୍ତ୍ରୀ ଏ ଶରୀରେ ମୋର ସୁନ୍ଦର ଦିଶିବା ପାଇଁ ସୂଚନା ସହିତ ପ୍ରସାରଣ କରେ ମୁହିଁ ରହିଥାଏ ଚାହିଁ।୭

ଗୃହମନ୍ତ୍ରୀ ଆହା ଫୁସଫୁସ ରହିଛି ସକଳ କାମନା କରି ବଞ୍ଚାଇ ରଖିବା ଶରୀରକୁ ନିତି ମନ୍ତ୍ରିମଣ୍ଡଳର ଜାରି।୮

ଏ ଶରୀର ପାଇଁ ମନ୍ତ୍ରୀମଣ୍ଡଳଙ୍କ ଧର୍ମ ଆଉ କର୍ମ କରି ପ୍ରେମର ସଂସାରେ ସୁଖ ଓ ସନ୍ତୋଷ ଈଶ୍ଵର ଇଚ୍ଛାରେ ଜାରି।୯

କୋଟିଏ ପ୍ରଣାମ ହେ ମନ୍ତ୍ରୀମଣ୍ଡଳ ଉଦ୍ଭିଦ ପ୍ରାଣୀ ଶରୀର ନିରୋଗ ସହିତ ସନ୍ତୋଷ ପ୍ରଦାନ କରୁଥିବ ବାରମ୍ବାର।୧୦
                          ***
ଶିକ୍ଷକ ଟାଙ୍ଗରତଳି ଘଟଗାଁ କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract