STORYMIRROR

Banabihari Mishra

Abstract

3  

Banabihari Mishra

Abstract

ନାରୀ : ଦେଖନାହିଁ ଊଣାକରି

ନାରୀ : ଦେଖନାହିଁ ଊଣାକରି

1 min
273

ନୁହେଁ ମୁଁ ଦୁର୍ବଳା ନୁହେଁ ମୁଁ ଅବଳା

ଅବହେଳା ମୋତେ କରନାହିଁ

ସୁନ୍ଦର ଧରଣୀ ଦେଖିବା ଆଗରୁ

ମାରନାହିଁ ମୋତେ ମାରନାହିଁ।।


ଉଡି ମୁଁ ପାରିବି ଆକାଶ ବୁକୁରେ

ଅକ୍ଷମ ମୋତେ ଭାବନାହିଁ

ଚିରି ମୁଁ ପାରିବି ସାଗରର ବକ୍ଷ

ହୀନ ଭାବେ ମୋତେ ଦେଖନାହିଁ।।


ସାଜି ମୁଁ ପାରିବି ଜନନୀ, ଭଗିନୀ

ଅବା ସ୍ନେହମୟୀ ଅର୍ଦ୍ଧାଙ୍ଗିନୀ

ଦୁଷ୍ଟ ସଂହାରଣେ ହୋଇ ପାରିବି ମୁଁ

ଦୁର୍ଗା କାଳୀ ଅବା କାତ୍ୟାୟନୀ।।


ମରୁଭୂମି ମୋର ପରଶରେ ହୁଏ

ସବୁଜିମା ଭରା ଉପବନ

ସେନେହ ପରଶେ ତରଳାଇ ଦିଏ

ପାଷାଣରୁ ହୃଦୟ କଠିନ।।


ଗୀତ ନୃତ୍ୟ ଅବା ଅଭିନୟ କଳା

ସବୁଥିରେ ପାରଙ୍ଗମ ନାରୀ

ଦୁର୍ଦ୍ଧଷ ସେ ଯେ ସମର କ୍ଷେତ୍ରରେ

ହେବେନାହିଁ କେହି ତାର ସରି।।


ରାଜନୀତି ଅବା ଇତିହାସ ହେଉ

ନାରୀ ପାରଙ୍ଗମ ସବୁଥିରେ

ହାତର ପରଶେ ସର୍ଜନା କରେ

ଦ୍ବିତୀୟ ସ୍ବର୍ଗ ଏ ଧରଣୀରେ।।


ସମ୍ଭାବନାର ମୁଁ ଉତ୍ସ ଅସରନ୍ତି

ସୃଷ୍ଟିର ମୁଁ ମହାମହୋତ୍ସବ

ଧ୍ବଂସର ଲୀଳା ରଚି ମୁଁ ପାରଇ

ମହାପ୍ରଳୟର ସେ ତାଣ୍ଡବ।।


ଊଣା କେଉଁଗୁଣେ ନୁହେଁ ପୁରୁଷଠୁ

ମୋ ଶକ୍ତିରେ ତୁମେ ବଳୀୟାନ

ବାଧ୍ୟ କରିଦେବି କରିତ୍କର୍ମାପଣେ

କରିବାକୁ ମୋତେ ସନମାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract