STORYMIRROR

Banabihari Mishra

Comedy

4  

Banabihari Mishra

Comedy

ଅଜା ହେଇଗଲେ ଖପା

ଅଜା ହେଇଗଲେ ଖପା

1 min
410

ଅଜା ଥିଲେ ଜଣେ ପଣ୍ଡିତ ପ୍ରବର

ସଂସ୍କୃତ ଭାଷାର ରଥି

ଶ୍ଳୋକ ରହିଥାଏ ଜିହ୍ୱାଗ୍ରେ ତାଙ୍କର

ଆସୁ ଯେଉଁ ପରିସ୍ଥିତି।


ଆଈ କରିଥିଲା ବିରି ପିଠା ଥରେ

ଲୋଭରେ ପଣେ ଖାଇଲେ

ହଜମ ହେଲାନି ବାୟୁ ବଢିଗଲା

ପେଟକୁ ଧରି ଗଡିଲେ।


ଆଈ ଆଣିଦେଲା ଜୁଆଣୀ ଅରକ

ପିଇଲେ ବିକଳେ ଅଜା

ଆରାମ ଲାଗିଲା ପାୟୂଦ୍ୱାର ଦେଇ

ଛାଡିଲେ ପବନ ଅଜା।


ବଡ ଉତ୍କଟ ସେ ତୋପର ଆବାଜ

ଘରର କାନ୍ଥ ଥରିଲା

କିସ ହେଲା ବୋଲି ଯେ ପାରେ ଯୁଆଡେ

ବିକଳରେ ଧାଇଁଗଲା।


ପାଦପେ ଥିଲେ ଯେ ବିହଙ୍ଗମ ଯୂଥ

ଭୟରେ ଗଲେ ଯେ ଉଡି

ପଶୁଗଣ ପଥେ ବିକଳେ ଧାଇଁଲେ

ଅର୍ଭକଙ୍କୁ ଦଳିମାଡି।


ଗୋଟେ ପାୟୂବାୟୁ କି ନକଲା ଭଲା

ହେଇଗଲା କୋଳାହଳ

ଅଜା ଖପା ହେଲେ ଦେଖି ସଭିଙ୍କର

ଏହିପରି ବଇକଲ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy