STORYMIRROR

Banabihari Mishra

Abstract

3  

Banabihari Mishra

Abstract

ପ୍ରତିବିମ୍ବ

ପ୍ରତିବିମ୍ବ

1 min
383

କୁକୁର ମୁକୁର ଦେଖି ଚିନ୍ତେ ଆନ 

କୁକୁର ମୁକୁର ଭିତରେ ଅଛି

ମୁକୁର ଭିତରେ କୁକୁରର ଛବି

ଦେଖୁଛି ବୋଲି କି ଜାଣିପାରୁଛି?


ସ୍ବମୁଖ ଆହାର ଛବି ମୁଖେ ଦେଖି

ଭାବୁଛି ଛଡାଇ ଆଣିବ ତାକୁ

ସେଥିପାଇଁ କିବା ନିର୍ବୋଧ କୁକୁର

ନିଜ ଛବି ଦେଖି ନିଜକୁ ଭୁକୁ।


ତା ଭୁକିବା ଦେଖି ପ୍ରତିବିମ୍ବ ଭୁକେ

ନିଜର ଭୁକିବା ନିଜକୁ ଶୁଭେ

ପୁଣି ପୁଣି ଭୁକେ ପୁଣି ପୁଣି ଶୁଣେ

ଆନକୁ ଭୁକୁଛି ବୋଲି ସେ ଭାବେ।।


ମଣିଷଟା ସେଇ କୁକୁର ପରିକା

ଚିହ୍ନିପାରୁନାହିଁ ଆନ ଆତ୍ମାକୁ

ଆନର ଦେହରେ ଅଛି ଯେଉଁ ଆତ୍ମା 

ପରମ ଆତ୍ମାର ଦିବ୍ୟ ଅଂଶକୁ।


ଆନକୁ ଦେଉଛି କଷଣ, ଭାବୁଛି

କଷଣ ଦେଉଛି ଆନ ପ୍ରାଣୀକୁ

ସେ କଷଣ ପରମାତ୍ମାଙ୍କୁ କଷଣ

ଏକଥା ରଖୁନି କେବେ ହେଜକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract