STORYMIRROR

Banabihari Mishra

Romance

3  

Banabihari Mishra

Romance

ପ୍ରେମଟା ଏଯାଏ ପାକଳ ହେଇନି

ପ୍ରେମଟା ଏଯାଏ ପାକଳ ହେଇନି

1 min
223

ତୁମ କବରୀର ଚମ୍ପକ ମହକ

ଏବେ ବି ତ କମି ଯାଇନି

ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦ

ପାଗଳ କରିବା ଛାଡୁନି

ନୂଆ ବାହାବେଳ ଫିସ୍ ଫିସ୍ କଥା

ଏବେ ଆଉ କାଇଁ ଶୁଣୁନି

ତଥାପି ତୁମର ପଦେ ଶୁଣିବାର

ଅଭ୍ୟାସଟା ଛାଡିପାରୁନି।।


ଅଧରରୁ ତୁମ ରକ୍ତିମ ଛଟା

ଏବେ ସୁଦ୍ଧା କମି ଯାଇନି

ଦୁଷ୍ଟାମୀ ଭରା ଆଖିରୁ ତୁମର

ଚପଳତା ଜମା ସରିନି

ଚାଲିରେ ତୁମର ସେ ପୁରୁଣା ଛନ୍ଦ

ଆଉ କାଇଁ ଖୋଜି ପାଉନି

ତଥାପି କାହିଁକି ତୁମେ ଚାଲୁଥିଲେ

ନ ଚାହିଁକି ରହି ପାରୁନି।।


ଏବେ ବୟସର ଅପରାହ୍ନ ବେଳେ

ତୁମ ଛଡା କିଛି ଭାବୁନି

ଚପଳ ଛନ୍ଦେ ଗୋ ତୁମ ବ୍ୟତିରେକେ

ବଞ୍ଚିବାଟା ଶିଖି ପାରୁନି

ଜାଣୁଅଛି ଆମେ ବୟସ୍କ ହେଲେଣି

ତଥାପି ପ୍ରେମଟା କମିନି

ଏବେ ମୁଁ ଭାବୁଛି ପ୍ରେମଟା ଆମର

ଏ ଯାଏ ପାକଳ ହେଇନି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance