STORYMIRROR

Banabihari Mishra

Comedy

4  

Banabihari Mishra

Comedy

ଖରା ପାଇଁ ରାମବାଣ

ଖରା ପାଇଁ ରାମବାଣ

1 min
314

ଗରମ ବଢିଲା ଝାଳ ବାହାରିଲା

ଦେହରେ ହେଲା ଘିମିରି

ଆଈବୁଢୀ ଆଜି ନାତି ଟୋକାଟାର

ବେକକୁ ବସିଲା ମାଡି।


ଶିଙ୍ଗ ପାନିଁଆଟା ଧରିଅଛି ଆଈ

ମାରିବ ବୋଲି ଘିମିରି

ଟୁଁ ଟାଁ କରି ଘିମିରି ମାଇଲା

ପିଠିଟା ଉଠିଲା ପୋଡି।


ଖଟିଆ ଉପରେ ବସିଥିଲେ ଅଜା

ଆକଟ କଲେ ଆଈକୁ

କାହିଁକି କହିଲୁ କଲବଲ କରୁ

ଗେହ୍ଲା ମୋର ନାତିଆକୁ।


ଖରା ବର୍ଷା ପରେ ଶରତ ହେମନ୍ତ

ଶୀତ ବସନ୍ତ ତା'ପରେ

ଗୋଟେ ପରେ ଗୋଟେ ଋତୁ ଯେ ଆସନ୍ତି

ରାଜା ହେଇ ଏ ଧରାରେ।


ଗ୍ରୀଷ୍ମରେ ଗରମ ହେବତ ନିଶ୍ଚୟ

ସେଥିକି କରନା ଚିନ୍ତା

ଘିକୁଆଁରୀରେ ହଳଦୀ ମିଶାଇ

ନିତି ଦେହରେ ଘଷୁଥା।


ସୂରୁଯର କୋପ କାଟିବନି ଆଉ

ଘିମିରି ଜମା ନହେବ

ଚମଡା କଅଁଳ ରହିଥିବ ସଦା

ଆଉ ତେଜ ବଢିଯିବ।


Rate this content
Log in

Similar oriya poem from Comedy