STORYMIRROR

Banabihari Mishra

Comedy

4  

Banabihari Mishra

Comedy

ନେତା

ନେତା

1 min
431

ନେତା ଆସୁଛନ୍ତି ନେତା ଆସୁଛନ୍ତି

ଗାଆଁଟା ଯାକରେ ପଡିଛି ହୁରି

ମାତିଛନ୍ତି ସାରା ଗାଆଁଟାଯାକର

ପିଲା ବୁଢା ଆଉ ପୁରୁଷ ନାରୀ ।


ଗାଆଁର ଗରିବଗୁରୁବା ଯେତେକ

ହେଲେଣି ଏକାଠି ସଭା ଜାଗାରେ 

ଗୁହାରି କରିବେ ନେତାଙ୍କୁ ତାଙ୍କର

ଆଖି ପୁରେଇକି ଦେଖିବେ ଥରେ ।


ଆସିଗଲେ ନେତା ସଭା ଚାଲୁ ହେଲା 

ଭାଷଣ ଦେଲେ ଯେ ନେତାଏ ଉଠି

ସଭିଏଁ କହିଲେ ନେତାଙ୍କ ଦଳକୁ 

ଦିଅ ଭାଇ ତୁମ ଭୋଅଟ ଗୋଟି ।


ଆମ ଦଳ ଯଦି ଜିତିଯିବ ଆମେ

ହାତୀ ଛତି ଘୋଡା ତୋଡା ବି ଦବୁ

ଏସା କରିଦେବୁ ତେସା କରିଦେବୁ

ଘରେ ଘରେ ପାଣି ପୁରେଇ ଦେବୁ।


ସବା ଆଗରେ ଯେ ବସି ଶୁଣୁଥିଲା 

ନେତାଙ୍କ ଭାଷଣ ଆମ ସନିଆଁ

ଚିରା ଲୁଙ୍ଗି ପିନ୍ଧି ଗାମୁଛା ପକେଇ

ନେତାଙ୍କ ଆଗରେ ହେଲା ସେ ଠିଆ ।


କହିଲା ଚିଲେଇ "ଇଏ ତ ଭିକାରୀ

ମାଗୁଛି ଆମର ଦାମିକା ଭୋଟ

ଇଏ କିସ ଦେବ ଇଏ କି ଚିହ୍ନିଛି

ଗରିବ ଲୋକର ଭୋକିଲା ପେଟ?"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy