STORYMIRROR

Banabihari Mishra

Abstract

3  

Banabihari Mishra

Abstract

ହୃଦୟ

ହୃଦୟ

1 min
260

ହୃଦୟ ଦିବସେ କାହାକୁ ହୃଦୟ

ଦେବି ବୋଲି ଆଜି ଭାବୁଛି ମୁହିଁ

ଗୋଟିଏ ବୋଲି ମୋ କୋମଳ ହୃଦୟ

କିଏ ନେବାଲାଗି ରହିଛି ଚାହିଁ।।


ଖୋଜି ଆସିଲି ମୁଁ ଦୁନିଆଁଟା ସାରା

କେହି ତ ନେବାକୁ ଚାହିଁଲେ ନାହିଁ

ସଭିଏଁ କହିଲେ ମୋର ଗୋଟେ ଅଛି

ତୁମ ହୃଦୟକୁ ରଖିବି କାହିଁ।।


ସଭିଙ୍କୁ ପଚାରି ବୁଝିପାରିଲି ମୁଁ

ହୃଦୟଟା ଆଜି ବୋଝ ସାଜିଛି

କେ କହେ ହୃଦୟ ଦେଇଦେଲା ପରେ

ଭାଙ୍ଗିବାର ଦୁଃଖ ବଳିପଡୁଛି।।


ଆଉ କିଏ କହେ ହୃଦୟଟା ବିକି

ମୂଲ ଯା ପାଇଲା କମ ଲାଗୁଛି

ଆଉ କାହାକୁ ସେ ହୃଦୟ ବିକିବ

ସେପାଇଁ ଗରାଖ ଖୋଜି ବୁଲୁଛି।।


ହୃଦୟର ଏଇ ବିକାକିଣା ଦେଖି

ହେଲାଣି ହୃଦୟେ ବହୁତ କଷ୍ଟ

ହୃଦୟଟା ମୋର ମୋ ପାଖରେ ଥାଉ

ଦେଇଦେଲେ କାଳେ ହୋଇବ ନଷ୍ଟ।।


ଗୋଟିଏ ବୋଲି ମୋ ହୃଦୟଟା ଅଛି

କିଏ ନେଲେ କାଳେ ଭାଙ୍ଗିବ ତାକୁ

ସେଥିପାଇଁ ଡର ଲାଗୁଛି ବହୁତ

ଦେବିନାହିଁ ହୃଦୟଟା କାହାକୁ।।


ହୃଦୟଟା ଦେବା ବଦଳରେ ଯଦି

ଆନ ହୃଦୟକୁ ଜିଣି ପାରିବି

ସେଥିରେ ସାର୍ଥକ ହେବ ହୃଦୟଟା

ଶାନ୍ତିରେ ଅନ୍ତତଃ ବଞ୍ଚି ପାରିବି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract