STORYMIRROR

Banabihari Mishra

Others

4  

Banabihari Mishra

Others

ଗାଁ ତ ଗଲାଣି ବଦଳି

ଗାଁ ତ ଗଲାଣି ବଦଳି

1 min
669

ନିଜ ଜନ୍ମଭୂମି ଗାଁ ନାହିଁ ଆଗଭଳି

ଲାଗେ ସତେ ସହରର କୋଉ ଗୋଟେ ଗଳି

ମାଟିକାନ୍ଥ କଂକ୍ରିଟରେ ଗଲାଣି ବଦଳି

ସଞ୍ଜରେ ଶୁଭୁନି ଆଉ ଶଙ୍ଖ ହୁଳହୁଳି।।


ଆଉ ନାହିଁ ଜହ୍ନି ଲଟା ହଳଦିଆ ଫୁଲ

ନାହିଁ ବାଡ଼ି କଞ୍ଚାଲଙ୍କା ଜେଜେମାର ଗେଲ

ଚାଳରୁ ଝରୁନି ଆଉ ନାଲି ଓଳିପାଣି

କାଗଜ ଡଙ୍ଗାକୁ ପିଲେ ପାଶୋରି ଦେଲେଣି।।


ଆଉ ହେଉନାହିଁ ଖେଳ ଡୁଡୁ ବୋହୁଚୋରୀ

ଦାଣ୍ଡିଆ ଖେଳକୁ ପିଲେ ଦେଲେଣି ପାଶୋରି

ରଜରେ ଗଛରେ ଆଉ ପଡୁନାହିଁ ଦୋଳି

କୁଆଁର ପୁନେଇ ମଜା ଗଲାଣି ମଉଳି ।।


ଚଷା ଚାଷକ୍ଷେତ କଥା ଭୁଲି ତ ଗଲାଣି

ରାଜନୀତିରେ ଗାଆଁର ଟୋକା ମାତିଲେଣି

ଗୋବର ପାଣି ସକାଳୁ ପଡୁନି ଦୁଆରେ

ଭୂଆଶୁଣୀଏ ଶେଯରୁ ଉଠନ୍ତି ଡେରିରେ ।।


ଗୁହାଳ କି ଢିଙ୍କିଶାଳ ନାହିଁ କାହାଘରେ

ଗୋଧନ ଅନାଥ ପରି ବୁଲନ୍ତି ରାସ୍ତାରେ

ଧାନକୁଟା ଚୁନାକୁଟା ଢିଙ୍କିରେ ନହୁଏ

ମଣ୍ଡା ପୋଡପିଠା ଜାଗା ପିଜା ଆଜି ନିଏ।।


କେମିତି କେମିତି ସବୁ ଖାପଛଡା ଲାଗେ

ନିଜ ସ୍ୱାର୍ଥ କଥା ସବୁ ଭାବୁଛନ୍ତି ଆଗେ

ପଚାରେ ମୁଁ ଯେବେ କାହିଁ ହେଉଛି ଏଭଳି

ଉତ୍ତର ମିଳଇ ଗାଁ ଗଲାଣି ବଦଳି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍