STORYMIRROR

ନାରୀ

ନାରୀ

1 min
198

ଜନନୀ ଜାୟା ଭଗିନୀ 

ପୁଣି କେବେ କାଳୀ ସିଏ 

କେବେ ମହିଷାନାଶିନୀ ସିଂହବାହିନୀ

କେବେ ସିଏ ଶାନ୍ତ ରୂପ ଧରି 

ଶିବଙ୍କର ଅର୍ଦ୍ଧାଙ୍ଗିନୀ ଶକ୍ତି ତ 

ଆଉ କେବେ ସିଏ ବିଷ୍ଣୁଙ୍କର 

ପାଟରାଣୀ ରୁକ୍ମିଣୀ ସାଜେ 

ସିଏ ନାରୀ, ଯାହାକୁ ସଂସାର ଖୋଜେ,

କେବେ ସିଏ ଫୁଲ ଶେଜ କରି 

ଧୋରେ ବାୟା ଗୀତଗାଇ ଶୁଆଇଦିଏ 

ତ ଆଉ କେବେ ସିଏ ତ୍ରିଶୂଳ ଧରି 

ବିନାଶ କରିବା ପାଇଁ ଆଗେଇ ଆସେ

ସେଇଥିପାଇଁ ତ ସଭିଏଁ କହନ୍ତି 

ବିଭିନ୍ନ ରୂପରେ ସିଏ ଏକାକୀ ନାରୀ ।

କେବେ ସିଏ ମାଆ ସାଜି 

ପଣତ କାନିରେ ଘୋଡାଇ ଦିଏ 

ଆଉ କେବେ ସିଏ ସରସ୍ବତୀ ସାଜି 

ବିଦ୍ୟା ଦାନ କରିଥାଏ ।

ସବୁ ଦୁଃଖକୁ ନିଜ ଛାତିରେ ଚାପିଧରି 

ସଂସାରକୁ ଉନ୍ନତି ପଥରେ ଆଗେଇନିଏ

ସିଏ ନାରୀ, ଯିଏ ଏକାକୀ ସହେ

ଯିଏ ଜୀବନ କଷ୍ଟକୁ ଅଙ୍ଗେ ଲିଭାଏ. 

ଅବାଟରେ ଗଲେ ହାତ ଧରି ଆଣେ 

ସଂସାର ଯାହାକୁ ବିଭିନ୍ନ ରୂପରେ 

ଧୂପ ଦୀପ ଆଉ ଚନ୍ଦନରେ ପୂଜା କରିଥାଏ ।

ଯିଏ ମୃତ୍ୟୁ ସହ ଲଢେଇ କରି 

ଜୀବନ ଟିଏ ସୃଷ୍ଟି କରିଥାଏ 

ସିଏ ଏକାକୀ ନାରୀ, ଆଉ କେହି ନୁହେଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract