STORYMIRROR

SUBASH CHANDRA KHUNTIA

Abstract

4  

SUBASH CHANDRA KHUNTIA

Abstract

ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ

1 min
143


ସେହି ନାରୀ ଥିଲା ସୀତା ମାଆ

 ଯାହାର ଦୁଇଟୋପା ଲୁହରେ ଧରିତ୍ରୀ ଥରହର ହୋଇଗଲା

 ଯିଏ ଦିନେ ଫାଟି ଯାଇଥିଲା ସୀତା ମାତାଙ୍କର ଅପମାନ୍ ସହି ନ ପାରି

              ଆଉ କଥା ରହିଗଲା ଯୁଗ ଯୁଗ ପାଇଁ 


ସେହି ନାରୀ ଥିଲା ଦୁର୍ଗା ମାଆ

ଯେବେ ଦାନବ ଜାତିର ଅତ୍ୟାଚାରେ ବିଭର୍ସ ହେଲା ପୃଥିବୀ

ସାଜିଥିଲା ସେ ମହିଶା ମର୍ଦିନୀ ଭୟଙ୍କର ଅସୁର ଜାତିର ବିନାଶ କରି

               ଆଉ ପାଲଟିଗଲା ସେ ଦୁର୍ଗତୀ ନାଶୀନୀ


ସେହି ନାରୀ ଥିଲା ଲକ୍ଷ୍ଳୀ ମାଆ

ଯାହାକୁ ଅପମାନ କରି ବସିଥିଲେ ସ୍ବୟଂ ଜଗତର ନାଥ

ଆଉ ତା ପରେ ଦ୍ବାର ଦ୍ବାର ବୁଲି ଭିକ୍ଷା ମାଗିଥିଲେ ମଧ୍ୟ

                  ମିଳି ନ ଥିଲା ତାଙ୍କୁ ଦାନା କନା


ସେହି ନାରୀ ସାଜେ ଲକ୍ଷ୍ଳୀ ବାଇ

ଯିଏ ଖଣ୍ଡା ଧରି ଆଗେଇ ଯାଇଥିଲା ନିଜର ସ୍ବାଭିମାନ ପାଇଁ

ଆଉ ଲେଖି ଦେଇଗଲା ଇତିହାସ କାଳ କାଳକୁ

         କହିଗଲା କାନେ କାନେ ନାରୀ ନୁହେଁ ଦୁର୍ବଳା


ସେହି ନାରୀ ପୁଣି ସାଜେ ଦସ୍ୟୁ ନାୟିକା

ଯାହାର ନାଆଁ ଶୁଣିଦେଲେ ଗାଆଁ ଥରବର ହୋଇ ଉଠୁଥିଲା

ଏକ କୋମଳମତୀ ଯୁବତୀରୁ ସାଜିଲା ସେ ଦସ୍ୟୁରାଣୀ ଫୁଲନ୍ ଦେବୀ

           ଉଚିତ୍ ଶିକ୍ଷା ଦେଇଗଲା ନଷ୍ଟ ଭ୍ରଷ୍ଟ ପୁରୁଷ ଜାତିକୁ

       

ସେହି ନାରୀ ଆଜି ମୋର ଏ ମାଆ ଓ ଭଉଣୀମାନେ

ଯାହାଙ୍କର ପ୍ରତିଟି ଶ୍ବାସରେ ଅଛି ସୀତା ମାଆର ସ୍ବାଭିମାନ

ନାରୀ ରୁପୀ ନାରାୟଣୀ ସେ ଆଉ ଲକ୍ଷ୍ଳୀ ମାଆର ସାକ୍ଷାତ ରୁପ


ସାବଧାନ୍ ହୁଅ କୁପଥଗାମୀ ପୁରୁଷ ସମାଜ

ନାରୀକୁ ଆଉ ତୁମେ କୁର୍ସିତ ରଙ୍ଗରେ ରଙ୍ଗାଅ ନାହିଁ

     ସାବଧାନ୍, ସାବଧାନ୍, ସାବଥାନ୍

          ଇତିହାସ ପୁଣି ରଚିଦେବ ଆଜିର ଏ ନାରୀ


ଦେଖିବ ବହୁଶୀଘ୍ର ପୁଣି ଆସିଯିବେ କେତେ କେତେ ଲକ୍ଷ୍ଳୀ ବାଇ

         ଆଉ ଖଣ୍ଢାର ପ୍ରହାରରେ ବିନାଶ କରିବେ ତୁମର ପୁରୁଷତ୍ବ

ପ୍ରତି ଗ୍ରାମେ ଗ୍ରାମେ ବ୍ୟାପିଯିବେ ଗୋଟେ ଗୋଟେ ଫୁଲନ୍ ଦେବୀ

         ଯାହାର ବନ୍ଧୁକ ଗୁଳିରେ କମ୍ପି ଉଠିବ ଆଜିର ଏ ପୃଥିବୀ


ହେ କୁପଥଗାମୀ ପୁରୁଷ ସମାଜ

ନିଜକୁ ସୁଧାରି ନିଅ ନଚେତ୍ ଖିନ୍ ଭିନ୍ ହୋଇଯିବ ତୁମ ଜୀବନ

ହରାଇଦେବ ତୁମେ ପୁରୁଷ ଜନ୍ଳର ସାର୍ଥକତା ବହୁ ଶୀଘ୍ର

        ଆଉ ମନେ ରଖିବ ନାରୀ ନୁହେଁ ସେ ନାରାୟଣୀ


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract