STORYMIRROR

SUBASH CHANDRA KHUNTIA

Abstract Tragedy

3  

SUBASH CHANDRA KHUNTIA

Abstract Tragedy

ଆମ ଗାଇ ଆମ ମାଆ

ଆମ ଗାଇ ଆମ ମାଆ

1 min
402

ବହୁଦିନ ହେଲା ଭାବୁଥିଲି ମୁହିଁ କବିତା ଲେଖିବା ପାଇଁ

ଗରମ ବିଷୟ ଆଜିକାଲି ପୁଣି ମୋର ଏ ବଉଳା ଗାଇ


ଭାରତର ପୁଜ୍ୟ ଭାରତର ଗର୍ବ ଆମ ଏ କ୍ରିଷ୍ନ ଦେବତା

ଗାଇ ସଙ୍ଗେ ଖେଳ,ଗାଇ ସଙ୍ଗେ ମେଳ ମାନିଥିଲେ ତାଙ୍କୁ ମାତା  


ଗୋ ମାତା ବୋଲି ଭାରତ ପ୍ରସିଦ୍ଦ ଏ କଥା ସଭିଙ୍କୁ ଜଣା  

ଆଦର ଯତ୍ନରେ ବଢିଥାଏ ସିଏ କେହି ନ କରନ୍ତି ହେଳା


ଗାଇ କ୍ଷିର ଆଜି ପୃଥିବୀ ପ୍ରସିଦ୍ଦ ପ୍ରସାଦରେ ପୁଣି ଶ୍ରେଷ୍ଟ

ଦହି ଲବଣି ତ ନ ମିଳିଲେ ପରା ପୁଜା ହୋଇଥାଏ କଷ୍ଟ 


ଗାଁ ମାନଙ୍କରେ ବନା ହୋଇଥାଏ ତା ପାଇଁ ଏକ ଘର

ଗୁହାଳ ବୋଲି ତ ସମସ୍ତେ ଜାଣନ୍ତି କେହି ନ କରନ୍ତି ପର


କାଳି ଧଳା,ନାଲି କେତେ କେ ଡାକେ କେ ଡାକେ ବଉଳା ଗାଇ 

ସ୍ନେହ ସରଧାରେ ବଢିଥାଏ ସିଏ ପେଜ ତୋରାଣିକୁ ଖାଇ


କ୍ଷିର ଦିଏ ସେ ସଞ୍ଜ ସକାଳେ ଛୁଆକୁ ତା କରି ପର;

ତା କ୍ଷିର ପାଇଁ ମଣିଷ ପାଗଳ, ପାଗଳ ଏ ଈଶ୍ବର   


ଗୋବର ପାଣି କେତେ ଯେ ପବିତ୍ର କାହାକୁ ଅଛି ଅଜଣା

ମଣିଷର ପାପ ଧୋଇ ହୋଇଯାଏ ତାକୁ ଛିଞ୍ଚି ଦେଲେ ପରା    


ଯୁଗ ବଦଳିଲା ଦିନ ବିତିଗଲା ମଣିଷ ହେଲା ପାଗଳ

ଭୂଲିଗଲା ସିଏ ମାର ମମତା ଭୁଲିଗଲା ତା ଈଶ୍ବର 

 

ଯେଉଁ ମା କ୍ଷିର ପିଇ ଆଜି ସିଏ ବଢିଛି ତାର ଆୟୁଷ

ହତ୍ୟା କରେ ଆଜି ସେହି ମାଆଟିକୁ ଖାଇବାକୁ ତାର ମାଂସ

            

କାହିଁକି ଲୋ ମାଆ ଆସିଲୁ ଏଠାକୁ ଏ ନିଷ୍ଟୁର ପୃଥିବୀକୁ

ସମ୍ମାନ ତ ତୋତେ ଦେବା ଦୁରେ ଥାଉ ଧାଈଁଛନ୍ତି ମାରିବାକୁ           


ତଥାପି ତୁ ଆଜି ଚୁପ୍ ରହିଅଛୁ ଯେ ହେତୁ ମାଆ ଆମର

କେତେ ଯେ ସହିବୁ ଏତେ କଷ୍ଟ ତୁହି ମଣିଷର ଅତ୍ୟାଚାର          


ବାଟବଣା ଆଜି ମଣିଷ ସମାଜ ଭୁଲିଯାଏ ଜ୍ଞାନ ମାନ

ଉଚିତ୍ ଶିକ୍ଷା ଦରକାର ତାଙ୍କୁ ଯେ କରେ ତୋ ଅପମାନ


ଅଭିଶାପ ଦେ ଅନ୍ତରରୁ ତୋର ସେହି ମାଆ ରୁପ ସାଜି

ମଣିଷ ଜନ୍ମ ନ ପାଉରେ କେବେ ଯେ ଖାଏ ତୋ ମାଂସ ଆଜି


                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract