STORYMIRROR

Prabhati Mahapatra

Abstract Inspirational Others

3  

Prabhati Mahapatra

Abstract Inspirational Others

ମୋର ସୁରକ୍ଷା କବଚ

ମୋର ସୁରକ୍ଷା କବଚ

1 min
249

ଆରେ , ଏ କ'ଣ

ଛାଡ ମୋ ଜାମାଟା ଛାଡ

ବୁଝିଲି , ତୁ ମୋତେ ଏତେ ଦିନ ପରେ ଦେଖି

ଦିନେ ରାସ୍ତାରେ ବିସ୍କୁଟ ଖୁଆଇ ଥିଲି

ଦୀର୍ଘ ପନ୍ଦର ବର୍ଷ ପରେ ବି ତୁ ଭୂଲିନୁ

କୁଆଡେ ଟାଣୁଛୁ

ଆରେ ,ଏଇ ସ୍ଥାନ ....

ମୁଁ ଏବେ ପରିତ୍ୟାଗ କରିଛି

ମୋର ପ୍ରିୟ ସାଥୀ ମଦନର ଅନ୍ତିମ ସଂସ୍କାର ଥିଲା ।

ଟମି ,ବୋଧେ କିଛି କହିବାକୁ ଚାହୁଁଛି

ଆଗକୁ ଆଗକୁ ଏକ ମୁହାଁ ଦୌଡ଼......

ମୁଁ ଆଉ ରହି ପାରିଲିନି ।

କିଛି ବାଟ ଗଲା ପରେ ଖଣ୍ଡେ 

ରକ୍ତ ଭିଜା ଜାମା

କ'ଣ କିଏ ମାରିଛି

ମୁଁ ହତବାକ୍ୟ ପରି ଚାହିଁ ଥାଏ ।


ସତରେ ତ ! ଏଇ ଧଳା ଜାମା ମଦନର

କ୍ଷଣେ ବିଳମ୍ବ ନକରି ଟମି ବଜାର ଆଡ଼କୁ,

ହଠାତ୍ କାହିଁକି ରହି ଗଲା ?

ଚାରିଆଡେ ନିରିକ୍ଷଣ କରି ପୁଣି ବାମ ପାର୍ଶ୍ଵ

ମୁଁ ତାକୁ ଏକା ଛାଡ଼ିନି ......

ଟମିର ବ୍ୟବହାର ମୋତେ ସନ୍ଦେହ

ଏତିକି ଭିତରେ ପୋଲିସ କୁ ଫୋନ୍ କରି ଥିଲି ।


ଠିକ୍ ସମୟରେ ଏକ ସୁସ୍ଥ ବଳିଷ୍ଠ ବ୍ୟକ୍ତିକୁ

ଟମିର ଆକ୍ରମଣ

ଉଚିତ୍ ସମୟରେ ପୋଲିସ 

ଟମିକୁ ସାବାସ ଦେଇ ଖୁନିକୁ ଆରେଷ୍ଟ କଲା ।

ସତରେ , ନାଳି କଡ଼ରୁ ଟମିକୁ ଉଠାଇ

ମଦନ କିଛି ଭୂଲ କରି ନଥିଲା .....

ପାଳୁତ ହେଉ କି ନହେଉ

କୁତ୍ତା ସର୍ବଦା ଉପକାରୀ ବିଶ୍ବାସୀ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract