ଅସ୍ତିତ୍ବ
ଅସ୍ତିତ୍ବ
ଆଜିର ଏହି ସଭ୍ୟ ସମାଜର ରଙ୍ଗୀନ ପରଦାରେ ,
ପୁରୁଷ ଓ ନାରୀ ଖୋଜେ ସମାଧାନ
ସମାନତା ଓ ଅସମାନତା ମଧ୍ୟରେ,
ପୁରୁଷର ପୁରୁଷତ୍ୱ ସୀମିତ କି ପାରିବା ପଣିଆରେ ?
ଅଥବା ଉପେକ୍ଷିତ ପ୍ରତାଡ଼ିତ ଦୁଃଖିତ ସମଗ୍ର ସମାଜର ଉତ୍ଥାନରେ!
ନାରୀ ତ ସ୍ୱୟଂସହା ଶ୍ରଧାରୂପିଣୀ ସଂହାରକାରିଣୀ ,
ଏ ଦ୍ଵନ୍ଦ ଯୁଦ୍ଧେ ନିଜେ ହଜି ହାରିନାହିଁ ଆଶା ସେ ମୄଦୁଗାମିନୀ .
ସମାଜର ସୃଷ୍ଟି କଲେ ପୁରୁଷ ଓ ନାରୀ ମିଶି
ଉତ୍ଥାନ ରେ ମଜ୍ଜି ଗଲେ ପଥହରା ହେଲେ ।
ସମ୍ବେଦନତା ର ଆକସ୍ମିକ ଆବିର୍ଭାବରେ
ନିଜ ହାତ ଗଢ଼ା ସମାଜରେ ଅସମାନତା ସୃଷ୍ଟି କଲେ ।
ତେବେବି କେବେବି ସ୍ରଷ୍ଟାର ଏ ଶ୍ରେଷ୍ଠ ପ୍ରାଣୀ
ହାରି ନାହିଁ ହାରିବ ତ ନାହିଁ କେବେ ,
ଭୁଲିଯିବ ଅସମାନତା ପୁନ ରଚିବ ସମାନତା
ଖାଲି ଟିକେ ଅହଂ ତ୍ୟାଗିବେ ସେ ଯେବେ ।
ସବୁ ଆଜି ବ୍ୟସ୍ତ ଓ ବ୍ୟଗ୍ର ନିଜ ନିଜ ଅସ୍ତିତ୍ବ ପାଇଁ
ଅତୀତର ସ୍ଥିତି ସ୍ତମ୍ବ ଖୋଜନ୍ତି ବର୍ତ୍ତମାନର ଦୃଢ଼ତା ପାଇଁ ,
କିନ୍ତୁ ଏବେ ଯେ ବର୍ତମାନ ବଢିଚାଲେ ଅସ୍ତିତ୍ବ ପାଇଁ
ଗଢ଼ିଚାଲେ ଭିତ୍ତିଭୂମି ଅସ୍ତିତ୍ବର ଆଗାମୀ ଭବିଷ୍ୟତ ପାଇଁ ।
