ପ୍ରେମ ଏକ ଅନୁଭୂତି
ପ୍ରେମ ଏକ ଅନୁଭୂତି
ତୁମକୁ ମୁଁ କେତେ ଭଲପାଏ
କେବେ କହି ତ ପାରିବି ନାହିଁ,
ଭଲ ପାଇବାର ମାନେ ମୁଁ ବୁଝିଛି
ତୁମ ଫେରିବା ବାଟକୁ ରହିଛି ଚାହିଁ ।
ତୁମେ ମୋତେ କେତେ ଭଲପାଅ
କେବେ ମାପିବାକୁ ମୁଁ ଚେଷ୍ଟା କରିନି,
ମୋର ହୃଦୟରେ ତୁମକୁ ସାଇତି ରଖିଛି
ଏବେ ବି ତୁମକୁ ଭୁଲି ପାରିନି ।
ତୁମର ସେହି ମିଠା ମିଠା ହସ
ଆଉ ସେହି ସାଗର ପରି ଆଖି,
ମାନ ମୋର ମୋହିନିଏ ସଦା
ପ୍ରେମରେ ମତୁଆଲା ହୋଇଛି ମୋର ଆଖି ।
ତୁମେ ପାଶେ ବସି ଯେବେ ରୁହ
ଭୁଲିଯାଏ ସବୁ ଦିନ ରାତି
ତୁମ ଚୁପି ଚୁପି ସେହି କଥା
ବଢାଏ ମୋର ଦେହେ ପ୍ରେମର ତାତି ।
ତୁମ ସେହି ପ୍ରେମର ପରଶ ପାଇ
ମତୁଆଲା ହୋଇଛି ମୋର ଏହି ମନ,
ରହିଛି, ରହିଥିବି ତୁମ ପ୍ରତୀକ୍ଷାରେ ସଦା
ସାକାର କରିବାକୁ ମୋର ଅନନ୍ତ ପ୍ରେମ ।