STORYMIRROR

Lokanath Rath

Action Classics Others

4  

Lokanath Rath

Action Classics Others

ହେ ଫଗୁଣ ତୁମେ ଫେରି ଆସ

ହେ ଫଗୁଣ ତୁମେ ଫେରି ଆସ

2 mins
319


ବୈଶାଖର ରୌଦ୍ର କି ଅବା ଦୁନିୟାର ହସ, 

ଜଳିଯାଏ ମନ, ଲାଗେ କରିଛି କି ରୋଷ, 

ଜ୍ୟେଷ୍ଠ ଯେବେ ଛୁଇଁ ଯାଏ ବଢ଼ାଇ ଆକ୍ରୋଶ, 

ସେ ଆକ୍ରୋଶ ପାଏ ପୁଣି ଯେବେ ତାହାର ପରସ, 

ଅଭିମାନେ ଆଷାଢ଼ ଶ୍ରାବଣ ହୋଇ ଝରି ଯାଏ କିଛି କ୍ଳେଶ, 

ଆଖିରେ ବାନ୍ଧିଛି ସତେ କି ତାର ବାସ, 

ଭଦ୍ରବେ ସାଜିଛି ଭଦ୍ରଲୋକ ବେଶ, 

କହୁଛି ଆଶ୍ବିନେ ଦେଖି ଯାନିଯାତ୍ରା, ମିଟିବ ତ ରୋଷ, 

ଆସିଲେ କାର୍ତ୍ତିକ ନାଶ ହେବ ସବୁ କ୍ଳେଶ, 

ରୁଣୁ ଝୁଣୁ ଶବ୍ଦେ ମାର୍ଗଶିରେ ଲକ୍ଷ୍ମୀ ଦେବେ ଆଶିଷ, 

ପୁଷ ମାଘ ମିଶି ଦୁହେଁ ଦେବେ ଶୀତ ର ଆଭାସ, 

ତେବେ ଫାଲଗୁନ ଦେବ ମିଠା ମିଠା ହସ, 

କେତେ କେତେ ଅପେକ୍ଷାର ହେବ ଯେ ଶେଷ, 

ହେ ଫଗୁଣ ତୁମେ ଫେରି ଆସ |


ତୁମେ ଥିଲେ ଏହି ମନ ହୁଅଇ ହରଷ, 

କେତେ କେତେ ରଙ୍ଗେ ଖେଳେ ପାଇ ପ୍ରେମ ପରସ, 

ନାଚି ନାଚି ଗାଇଯାଏ ପ୍ରେମଗୀତ ରସ, 

ସତେ କି ମୟୂରୀ ହୋଇ ଦେଖେ ଇନ୍ଦ୍ରଧନୁ ର ଦୃଶ୍ୟ, 

ମନ ଖୋଜେ ମାନିନୀ କୁ, ଫେରିବ ତା ହସ, 

ସାଥେ ମିଶି ଫଗୁ ଖେଳି ବାନ୍ଧିବ ତା କେଶ, 

କାହ୍ନା ସାଜି ଫଗୁ ବୋଳି କରିବ ସେ ରାସ, 

ଛିଡି଼ବ ବିରହ ଯନ୍ତ୍ରଣା ଡୋରି, ଖେଳିବ ଆନନ୍ଦ ଉଲ୍ଲାସ, 

ନାଚିବ ମେଦିନୀ, ହସିବ ବି ଆକାଶ, 

ଗଛ ଲତା ଫୁଲ ସବୁ ଦେବେ ଖିଲି ଖିଲି ହସ, 

ନଦୀ ନାଳ ସେ ରଙ୍ଗରେ ରଙ୍ଗିବେ, ଦେଖିବ ପ୍ରକାଶ, 

ପ୍ରକୃତି ବି ସାକ୍ଷୀ ହେବ ଭରି ଆଶା ଅଶେଷ, 

ତୁମେ ବି ରହିବ ସଙ୍ଗେ ରହିଛି ବିଶ୍ୱାସ, 

ଏବେ ତ ହେ ଫଗୁଣ ତୁମେ ଫେରି ଆସ |


ତୁମ ବିନା ସବୁ ହୁଏ ଫିକା ଫିକା ଦୃଶ୍ୟ, 

ହଜିଯାଏ କାହିଁ ଓଠରୁ ସେ ହସ, 

ଦୁନିୟାରେ ସବୁ ଲାଗେ ସତେ ବିଷ, 

କେତେ କେତେ ପ୍ରଶ୍ନ କରେ ପୁଣି ବୟସ, 

ଯେବେ ମନେ ପଡେ ସେହି କୋମଳ ସ୍ପର୍ଶ,

 ଲାଗେ ସତେ ହଜିଛି ସେହି ଉଲ୍ଲାସ, 

ବଡ଼ ଚିନ୍ତାରେ କରେ ବହୁତ ଅବଶୋଷ, 

ମନ ଜଳି ଯାଏ ହୋଇ ପାଉଁଶ, 

ହୃଦୟେ ଭରି ଯାଏ କୋହ, ଅଶ୍ରୁ ହୁଏ ଅଦୃଶ୍ୟ, 

ଏ ଓଠରୁ ଆଖି ଲୁହ ହାରିଛି ତ ହସ, 

ଏ କାନେ ଶୁଭେ ନାହିଁ ସୁରିଲା ମିଠା ସଙ୍ଗୀତ ର ରସ, 

ଏ ମଥାରେ ହୁଏ ନାହିଁ କେଶ ବିନ୍ୟାସ, 

ଚାତକ ଆଖି ତୁମକୁ ଖୋଜେ, ଆସ ଗୋ ଆସ, 

ଏବେ,ହେ ଫଗୁଣ ତୁମେ ଫେରି ଆସ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action