STORYMIRROR

Debabrata Mishra

Abstract Action

4  

Debabrata Mishra

Abstract Action

ପ୍ରାଣପକ୍ଷୀ (ଗଜଲ_୭)

ପ୍ରାଣପକ୍ଷୀ (ଗଜଲ_୭)

1 min
400


ଏ କଳେବର ଦିନେ ହେବ କାଳ ଅଟକିବ ରୁଧିର

ମୁହୁର୍ତ୍ତେ ପାଲଟି ଶବ ହେବୁ କାଲ ମୂକ ଓ ବଧିର, 


ଉଡ଼ିବ ପ୍ରାଣପକ୍ଷୀ ଅନନ୍ତ ନଭେ ଆଉ ଫେରିବନି

ହେବୁ ନିରାକାର ନଥିବ ପ୍ରକାର ହୋଇବ ସତ୍କାର,


ଯେଉଁ ପ୍ରାଣପାଇଁ ମନେ ଲୋଭର ଅସୀମ ସାଗର

ଛାଡ଼ିଲେ ପ୍ରାଣ ତୁ ଯିବୁ ମଶାଣି ଭରିବ ଅଗ୍ନି ଉଦର, 


ଦେହ ପାଇଁ ଗରବ ଅହଙ୍କାର ହେବୁ ସର୍ବଶକ୍ତିମାନ

ଛଅଖଣ୍ଡ କାଠେ ଛିନ୍ନ ହେବେ ତୋ' ସବୁ ଆପଣାର, 


ମୁକ୍ତଚକ୍ଷୁରେ ବି ଅନ୍ଧହେବୁ ଦାନ୍ତ ଦିଶିବ ବିନାହସେ

ଦାହଶେଷ ଯାଏ ଧୈର୍ଯ୍ୟ ନଥିବ ଫେରିଯିବେ ଘର,


ଡର-ଭୟ-ଭକ୍ତି-ସମ୍ମାନ ସବୁ ହୋଇବ ତୋ' ଶେଷ

କେତେ ନିନ୍ଦା ପାଇବୁ ଯଦି କରିଥିବୁ କା'ର ଅପକାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract