STORYMIRROR

ଦୀପଙ୍କର ଦାସ

Action Classics Inspirational

4  

ଦୀପଙ୍କର ଦାସ

Action Classics Inspirational

ଅଛୁଆଁ ନାରୀ

ଅଛୁଆଁ ନାରୀ

1 min
670

ମୁଁ ବହୁତ୍ ଛୋଟ ଥିଲି

ଦେଖିଲି ଦିନେ ମୋ ଦିଦିକୁ ଗୋଟେ

ଅଲଗା ଘରେ ରଖାଗଲା

ଆଉ ଖାଇବା ବି ଅଲଗା ଦିଆଗଲା

ପ୍ରତ୍ୟେକ ଦିନ ମନ୍ଦିର ଯାଉଥିଲା

ଆମ ପାଇଁ ହିଁ ଡାକୁଥିଲା

ତାକୁ ସେଦିନ ମନା କରାଗଲା

ହଜାରେ କଳି ହେଲେବି ସେ ମୋର ଜୀବନ ଥିଲା

ଏକାଠି ସବୁ କାମ କରୁଥିଲା

ଆଜି କଣ ପାଇଁ ଅଲଗା ହେଲା ।


ଦୌଡ଼ି ଦୌଡ଼ି ଗଲି

ଆଉ ପଚାରିଲି ଦିଦି ତୋର କଣ ହେଲା

ପେଟ କାଟୁଛି ଉତ୍ତର ଦେଲା

ତୁ ସାନ ପିଲା ବୁଝିବୁନି ବୋଲି କହିଲା

ପେଟ ଜୋରରେ କାଟୁଥିଲା

ସେ ବହୁତ୍ କାନ୍ଦୁଥିଲା

ମାଆ ରାଗିକି କହିଲେ

ଆମେ ବି ତ ସହିଛୁ

ତୁ ବି ଚୁପଚାପ ସହିଜା

ମୁଁ ଏଥିରେ ପ୍ରଶ୍ନ କଲି

କେହି ଉତ୍ତର ଦେଲେନି

ଆଉ କିଛି ସମୟ ପରେ କାନ୍ଦି କାନ୍ଦି ଶୋଇଗଲି


ସମୟ ବହୁତ ଅତିବାହିତ ହେଲା

ସେ ହିଁ ସବୁ ବୁଝେଇଦେଲା

ହଁ ମୁଁ ଋତୁସ୍ରାବ କଥା କହୁଛି

ଗୋଟେ ପ୍ରାକୃତିକ ଘଟଣାକୁ

ମୁଁ କେମିତି ଘୃଣ୍ୟ ବୋଲି କହୁଛି

କାଲି ଜନ୍ମ ହେବା ଝିଅଟା ଲକ୍ଷ୍ମୀ ଥିଲା

ଆଜି କେମିତି ହଠାତ୍ ଅଛୁଆଁ ହେଲା ।


ପୁଅର ରକ୍ତ ବହିଲେ ତୁମେ ଔଷଧ ଲଗେଇ ଦେଉଛ

ଝିଅର ରକ୍ତ ବହିଲେ ଅପବିତ୍ର ଆଉ ଅଛୁଆଁ କେମିତି କହୁଛ

ଯନ୍ତ୍ରଣାରେ ସାଥୀ ନ ହୋଇ ଏକା କେମିତି ଛାଡୁଛ

ଦୋକାନରେ ପେଡ୍ ମାଗିଲେ କେତେ ଧୀରେ ଧୀରେ କହୁଛ

ଆଉ ପୁଣି ଗୋଟେ କଳା ପଲିଥିନ ରେ

ଲୁଚେଇ ଛପେଇ ଆଣୁଛ

ଯେମିତି କୌଣସି ଏଟମ୍ ବମ୍ ଲୁଚାଉଛ

ସେ ଯଦି ଏତେ ଅପବିତ୍ର

ତାହାଲେ ପବିତ୍ର ବାଣୀର ନାମ

ଗୀତା କାହିଁକି ଦେଇଛ

ପବିତ୍ର ପାଣିର ନାମ ଗଙ୍ଗା କାହିଁକି ଦେଇଛ

ମନ୍ତ୍ରର ନାମ ଗାୟତ୍ରୀ କାହିଁକି ରଖିଛ

ସତୀର ନାମ ସୀତା କାହିଁକି ଦେଇଛ

ଜଗତ ଜନନୀ ନାଆ ଦୁର୍ଗା କାହିଁକି ରଖିଛ

କିଛି କାମ ପୂର୍ବରୁ ଗୋମୁତ୍ର କାହିଁକି ଛିଞ୍ଚୁଛ

ପୁଣି ନାରୀ ନାଆ ମାଆ ଆଉ ଭଉଣୀ କାହିଁକି ରଖିଛ

ସେମାନେ ଅପବିତ୍ର ନୁହନ୍ତି

ଅପବିତ୍ର ଆମ ଭାବନା

ଯେଉଁ ଭାବନା ତାକୁ ଯନ୍ତ୍ରଣା ସମୟରେ

ସାଥିରେ ନ ରଖି ଦେଇଛି

ଅଛୁଆଁ ନାରୀର ଯାତନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action