ଲଢ଼ୁଆ
ଲଢ଼ୁଆ
ଲଢ଼ୁଆ ମାଟିର ଲଢ଼ୁଆ ପୁଅ ମୁଁ
ଲଢୁଥିବି ମୁହିଁ ସାରା ଜୀବନ
ଲଢ଼ି ଲଢ଼ି ସଦା ପଡ଼ିବନି ଥକି
ଲଢ଼ି ଦେଇ ଦେବି ମୋର ପରାଣ ।
ମୋ ମାଟିର ମଣିଷ ମୋ ପୂର୍ବପୁରୁଷ
ଅରଜିଥିଲେ ଯେଉଁ କୀର୍ତ୍ତିରାଜି ବୀରପଣେ
ତା'ର ଜୟଗାଥା ଆଜି ଇତିହାସ ଗାଏ
ଶ୍ରୁତି ଗାଥା କିମ୍ବଦନ୍ତୀ ଗରବେ ବଖାଣେ ।
ଗଙ୍ଗା ଠାରୁ ଗୋଦାବରୀ କାବେରୀ
ଥିଲା ଯାହାଙ୍କର ଆଧିପତ୍ୟ ବିସ୍ତାର
ଲକ୍ଷ ଲକ୍ଷ ଜନ୍ମର ସତ୍କୃତର ବଳେ
ମୁହିଁ ସେଇ ବୀର ପୁଙ୍ଗଵଙ୍କ ବଂଶଧର ।
ହୁଏ ବା ନହୁଏ ସେମାନଙ୍କ ପରି
ସେମାନଙ୍କ ସରି ମୁହିଁ ଶୁରବୀର
ସେଇ ଅଦମ୍ୟ ଅସୀମ ସାହାସେ
କରିଛି ଧାରଣ ମୁଁ ଖଡ୍ଗ ଖର୍ପର ତଲୱାର ।
ଯୁଦ୍ଧ ପରାଂମୁଖ ନୁହଁଇ କଦାପି
ମାରି ମରିବାକୁ ମଣିଛି କ୍ଷତ୍ରିୟ ଧର୍ମ
ସତ ସହସ୍ର ବରଷ ଜୀଇଁବା ବଦଳେ
ଲୋଡେ ବୀରଗତି ଆଶୀର୍ବାଦ ।
ଜୀବନ ସାଥୀରେ ସାଲିସ୍ କରିନି
ଜୀଇଁ ଅଛି ସଦା ମଥା ଟେକି
ଲଢୁଆ ମାଟିର ଲଢୁଆ ପୁଅ ମୁଁ
ଲଢିବାକୁ ଏଇ ଦୁନିଆକୁ ଆସିଅଛି ।।