STORYMIRROR

Akshaya Dash

Action Inspirational Others

4  

Akshaya Dash

Action Inspirational Others

ଆମ ଭାଷା ଓଡ଼ିଆ

ଆମ ଭାଷା ଓଡ଼ିଆ

2 mins
45


ପଖାଳ ସହିତ ବଢ଼ି ଶାଗ ଭଜା

କଞ୍ଚା ମରିଚର ଦଳା

ଓଡ଼ିଆ ଘରର ଚାଖଣା ଆହାର 

ଅଟକିବ ନାହିଁ ଗଳା।

ଏହି ମାଟି ପାଣି ନଦୀ ପରବତ

ଗାଁ ଭୂଇଁ ଆମ୍ବ ତୋଟା

ଯିଏ ଯେତେ ଦୁରେ ରହିଲେ ଝୁରଇ

ରଜ ଦୋଳି ପୋଡପିଠା।

ଓଡ଼ିଆରେ ପଦେ କହିଲେ ବିଦେଶେ

ଆପଣାର ଲାଗେ ଭାରି

ଆମ ମାତୃଭାଷା ଓଡ଼ିଆ ପରସା 

କେବେ ଜିବନାହିଁ ମରି।

ବୋଉ,ମାଆ ,ବାପା,ଭାଇ, ନୂଆବୋଉ

କକେଇ, ଜେଜେ ଙ୍କ ମଜା

ଆମ ପରିବାର ବାରମାସୀ ଫଳ

ଆଉସବୁ ମଗା ଭଜା।

ଚକୁଳି, କାକରା, ଏଣ୍ଡୁରି, ଗଇଁଠା

ଏହି ମାଟି ପାଣି ଭୋଗ 

ବିଦେଶୀ ଭାଷାରେ ଆମ୍ବୃତ ବୋଳିଲେ 

ତାହା କୋଭିଡିର ରୋଗ।

ଆମ ଭାଷା ଭାଇ ଆମକୁ ବଞ୍ଚାଏ

ଆମ ଜଗନ୍ନାଥ ଠାରୁ,

ଦୁନିଆଁରେ ଆଉ କିଏ ବଡ କହ 

ଚାଲିଯିବା ଛାଡ଼ି ମେରୁ।

କେତେ ଝଡ ଝଂଜା ଓଡ଼ିଆ ସହିଛି

ଭାଷାକୁ ଟେକନ୍ତି ନାକ,

ଦେଶ ବିଦେଶର ଲୋକ ହାତ ଟେକି

ଜଗନ୍ନାଥ ଡାକେ ଆଗ।

ଆମ ଭାଷା ଆମ ଆରାଧ୍ୟ ଦେବତା

ସାରା ପୃଥିବୀ ବିକ୍ଷାତ 

ଅକାରଣେ ଆମେ ହୀନ ମନ ରଖି

ଓଡ଼ିଆ ଭାଷା ସୁକ୍ଷାତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action