STORYMIRROR

Akshaya Dash

Romance Fantasy Inspirational

4  

Akshaya Dash

Romance Fantasy Inspirational

ଚୁଡି

ଚୁଡି

1 min
55

ଚୁଡ଼ି ନେବ ଚୁଡ଼ି 

ନିଅ ଶଙ୍ଖା ଚୁଡ଼ି 

ସିଙ୍ଗାପୁରୀ ବନାରସି 

କଟକି କାମକୁ ଅଟକିବ ଆଖି

ଧବଳେଶ୍ଵରଙ୍କୁ ସାକ୍ଷୀ।

ଆସ ଚୁଡ଼ିବାଳୀ 

ଦେଖାନାଲି ନେଳି 

ରକମ ରକମ କାଚ,

ଆମ ବଡ ଦେଈ 

ଚୁଡି କଚ୍ଛ ପାଇଁ 

ଡାକୁଛନ୍ତି ଆସି ବାଛ।

ଚୁଡି ଚାଙ୍ଗୁଡ଼ିକୁ 

ଥୋଇ ଢାଙ୍କୁଣିକୁ 

ଖୋଲି ଦେଖାଇଲି ଚୁଡି,

ଝଟକୁଛି ଶଙ୍ଖା

ଇଏ କେତେ ଟଙ୍କା 

ମୂଲେଇଲେ ବଡ ଖୁଡି।

ପସନ୍ଦ କରତ 

ଦେଖା ମଣିବନ୍ଦ 

ପିନ୍ଧିଲେ ଦେଖିବ ହାତ,

ଅଧିକ ମାଗୁନି 

ମୁଲେଇ ହୁଏନି 

ଭୋକଥିଲେ ମୁଠେ ଭାତ।

ନାଇଁଲୋ ଭଉଣୀ 

ଟଙ୍କା ଦେବି ଗଣି 

ଏ ଦୁଆର ସଦା ଖୋଲା,

ତୋ ପାଉଣା ସବୁ 

ଦେଇଦେବି ନେବୁ 

ଦେଖା ପଶୁଛିନା ବଳା।

ସାଆନ୍ତାଣୀ ହାତ 

ଲଖିବନ୍ତ୍ ଏତ 

କୋଟିକରୁ ଗୋଟେ ପରି 

କେତେ ହାତ ଦେଖି 

ଏହି ନିରୀମାଖି 

ପିନ୍ଧାଇଛି ଚୁଡି ଧରି।

ତୁଳାଠୁ କୋମଳ 

ହାତ ମଖମଲ

ଦାନ, ଧର୍ମ, ସେବା ଚାର 

ଧନ୍ୟ ସେ ମଣିଷ 

ସୌଭାଗ୍ୟ ଅଶେଷ 

ତାଙ୍କ ବେକ ଗଳା ହାର।

ରଖ ବଡ କଥା 

ଗପୁଛ ଅଯଥା 

କେମିତି ଦିଶୁଛି କୁହ?

ନାଲି ନେଳୀ ହରା 

ତିନି ରଙ୍ଗ ଭରା 

ଚବିଶଟି ପଟ ଥୁଅ।

ଚୁଡି ଲାଗେ ଭରା 

ଦୁଇ ହାତ ସାରା 

ମନ ମୁତାବକ ଶଙ୍ଖା,

ଆସମାନ ତାରା 

 ପିନ୍ଧି ଦେଇ ସାରା 

ପଚାରିଲେ କେତେ ଟଙ୍କା।

ସହେ ନୋଟ ଦେଇ 

ଚୁଡି ବାଲୀ ନେଇ 

ସାଆନ୍ତାଣୀ ମନ ଖୁସି,

କହିଲେ ଆସିବ 

ଚୁଡି ଦେଉଥିବ

ମଝିରେ ମଝିରେ ପଶି।

ଝୁଣୁ ଝୁଣୁ ବାଜେ 

ଦେବୀ ପରି ସାଜେ 

ଆଖି ଯାଏ ଲାଖି ଦେଖି,

ତାରକସି ସୁନା 

ବଳା ଠାରୁ ଅନା 

ନାହିଁ ଭାଷା ତାକୁ ଲେଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance