STORYMIRROR

Akshaya Dash

Romance Action Classics

4  

Akshaya Dash

Romance Action Classics

ଫୁଲେଇ ଜହ୍ନ

ଫୁଲେଇ ଜହ୍ନ

1 min
24

ରାତିକୁ ସୁନ୍ଦର ପ୍ରେମତା ମନ୍ତର

ଭାବ ଦିଆନିଆ ତରଳେ ମନ,

ଯୋତ୍ସନା ବିଭୋର ଆକାଶ ଅଧିର 

ବିଭାବରୀ ରୂପ ଲାବଣ୍ୟ ଧନ।

ଫିକା ଫିକା ହାସ୍ୟ ରଚନାତା ରାଶ 

ସୁଷମା ଶୃଙ୍ଗାର ଉପମା ତାଳେ,

ଲୁଚକାଳି ଖେଳି ସାଙ୍ଗ ସାଥି ମେଳି 

ଦୋଳି ଖେଳେ ବସି ଗଛର ଡାଳେ।

ଫଗୁଣ ଫୁଲେଇ ଶରତ ଗେହ୍ଲେଇ 

ମେଲେଇ ଆସିଛି ରୂପ ପସରା,

କାମିନୀ କାଞ୍ଚନ ମହକ ଗଭାରେ 

ସୁଦ୍ଧା ପରସତା ଶ୍ରଦ୍ଧା ଅସରା।

ରଜନୀ ସଜନୀ ମାନିନୀ ଜାମିନି 

ପିରତି କିରତି ବିରତି ନାହିଁ,

ଡାହାଣୀ କାହାଣୀ ବାୟାଣୀ ଚାହାଣି 

ମଧୁ ଝରା ପ୍ରୀତି ପରାଗ ପାଇଁ।

ଯୁବକ ଯୁବତୀ ପ୍ରକୃତି ପ୍ରବୃତ୍ତି 

ସରସ ହରସ କୁଆଁରୀ ଜହ୍ନ,

ରାତିର ଛାତିରେ ପ୍ରୀତି ତୀର କୂଳେ 

ଉଚ୍ଛନ ସୋପାନ ଗୋପନ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance