ପ୍ରିୟତମାମୁଁ ପାଇଅଛି :ତୁମକୁ ମୁ
ପ୍ରିୟତମାମୁଁ ପାଇଅଛି :ତୁମକୁ ମୁ
ପ୍ରିୟତମା
ମୁଁ ପାଇଅଛି
ତୁମକୁ ମୁଁ ପାଇଥିଲି
ସ୍ମୃତିର ସହଦ୍ ସେ ପା’ରି ଅପହଂଚ ଇଲାକାରେ
ଜରଦ୍ବୀୟ ବ୍ୟବସ୍ଥାର ପରିଚାଳନାଗତ ପ୍ରହସନରେ
ଦାରିଦ୍ର୍ୟ ଜର୍ଜରିତ ଭୋକର ଭୂଗୋଳ, ଇତିହାସ ଓ ଅର୍ଥନୀତିରେ
ଏକ ଗୌରବୋଜ୍ୱଳ, ଐତିହ୍ୟମୟ ପରଂପରାରେ
ଅମା ଅଂଧାରର ଆଲୋକିତ ଅରୁଣିମାରେ
ସୃଷ୍ଟି ମାନସର ଆଭୌତିକ ମଂଥନରେ
ପୁଣି ମୁଁ ପାଇଥିଲି :
ଅଶ୍ଳୀଳ ଭିଡିଓର ଭାନୁମତୀ ରୂପରଂଗାରେ
ଗଣଦୁଷ୍କର୍ମର ପୀଡିତାର ଅଂତର୍ଦାହରେ
ନୀତିଶିକ୍ଷାବିହୀନ ଘୁଣଧରା ସାମାଜିକ ସଂପର୍କରେ
ତୁମକୁ ମୁଁ ପାଇଅଛି :
ଇଶ୍ୱରଂକ ବାତା, ମୌସୁମୀ ମାୟାରେ
ବନ୍ୟ
ମୟୁରୀର ଚଳଚପଳା ନୃତ୍ୟରେ
ଏକ ନିଟୋଳ, ବହୁବର୍ଷା ଭାସ୍କର୍ଯ୍ୟର ମାନଚିତ୍ରରେ
ତୁମକୁ ମୁଁ ପାଇବି :
ସଂଜୟ କୁମାର ତ୍ରିପାଠୀ
ଚୈତନ୍ୟର ଅଭୁଲା ସ୍ତରରେ-ପୁଂଡଳିନୀ ପ୍ରଚ୍ଛାୟାରେ
ଯୋଗୀର ଯୋଗରେ-ଭୋଗର ଭୋଗରେ
ସାଧାରଣ ମଣିଷର ସମସ୍ୟାବହୁଳ ଦିନଚର୍ଯ୍ୟାରେ ।

