STORYMIRROR

Sanjya Tripathy

Classics

4  

Sanjya Tripathy

Classics

ମା

ମା

1 min
18


ତାହା ଥିଲା ଏକ ମୌଳ ସକାଳ, କ୍ଷଣଙ୍କଗୁର ପ୍ରଜାତ 

ଯେଉଁଦିନ ମୋ ମା ଆମକୁ ତାଂକଠାରୁ ଦୁରେଇ ନେଲେ 

ଫୁଜୀଭୁତ କୋହ, ଉଚ୍ଛାସ ଓ ଦୀର୍ଘଶ୍ବାସ ସହ 

ସେ କରି ନେଲେ ଇଚ୍ଛାମୃତ୍ଯୁ-ପାର୍ଥିବ ଶରୀରଟି 

ପଢି ରହିଲା ଦେଖଣା ହାରକ ପାଇଁ- ଆତ୍ମା

 ମିଳେଇ ଗଲା ପରମାତ୍ମାକ ସହ ଅଙତ ଶୟନ

ସେ କି ଅବା ଏକ ଅନଂତ ଆରଂଭ-ବିଷାଦିତ ପୃଥ‌ିବୀ

 ପକ୍ଷୀମାନେ ଉଡିଗଲେ ଝଡି ଇଡା ଦେଇ-

 ବୁଲା କୁକୁର ମାନେ ଦୌଡି ପଳେଇଲେ ଏକ ନିର୍ମଳ ଗ୍ରୀଷ୍ମର ପ୍ରଶଂତ ପରିବେଷ୍ଟନୀରେ 

ଆତ୍ମୀୟ ସ୍ଖଳନ ଏକତ୍ରିତ ହଲେ-ଜଣାଇବାକୁ ଶେଷ ବିଦାୟ

 ଦୁରାଗତ ପୁଅ ବୋହୂ, ଝୁଅ କ୍ୱାଙ୍ଗିକ ପାଇଁ ଅପେକ୍ଷା

 ମୃଦୁ ଶୀତଳ ପାନୀୟରେ ଆପ୍ୟାୟିତ ହେଲେ ସମବେତ ବଂଧୁବର୍ଗ 

ଆଗୁଆ ପ୍ରସ୍ତୁତି ଆରଂଭ ହୋଇଗଲା ରାଜଘାଟରେ

 ଗୋଟିଏ କାଚବାକ୍ସରେ ରକ୍ଷିତ ମାଂକ ଜୀବଂତ ଶବ

 ଶବବାହକ ଗାଡି ଆସିଗଲା- ଆସିଗଲେ ଦୁରାଗତ ଆତ୍ମୀୟ ସୃଜନ

 ତା ପରେ ରାମ ନାମ ସତ୍ୟ ହେ----

 କ୍ରିୟାକର୍ମ ସହିତ ଜୁଇ ଗୋଟିଏ ପ୍ରଜ୍ବଳିତ ହେଲା

 ଶୋକର ପରିବେଶରେ ସମସ୍ତେ ସମସ୍ତଂକୁ ସାଂର୍ଚ୍ଚନା ଦେଲେ

 ମୁଁ ନିଜକୁ ସାଂତ୍ବନା ଦେଲି-ଦୂର କରି ସମସ୍ତ ବିଷାଦ

 ଜୀବନ ମୃତ୍ୟୁ ଗୋଟିଏ ବୋହୂ ଚୋରି ଖେଳ- କିଏ, କେବେ

 କେଉଁଠି ବିଦାୟ ନେବେ କହିବା କଠିନ-ରବିତବ୍ୟ

 ଏକ ଦୀର୍ଘଶ୍ଵାସ ନେଇ ମିଶିଗଲି ଗୁଳ୍ମବର ରାତ୍ରିରେ-ଶର୍ବରୀ ମାୟାରେ ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics