ବର୍ଷା
ବର୍ଷା


ମୌସୁମୀ ସିକ୍ତ ପହିଲି ବର୍ଷାରେ
ଭିଜେଇବାକୁ ସର୍ବାଗ ଶରୀର
କିଏ ବା ଭଲ ନ ପାଏ ?
ସେ ବିରହବିଦଗ୍ ପ୍ରେମିକ ହେଉ ଅବା
ଏକାକିନୀ ସୀମଂତିନୀ
ପ୍ରିୟ ମିଳନର ଦୁର୍ବାର ଆଶା ଓ ଆକାଂକ୍ଷାରେ
ବିଦ୍ୟୁତ ସଂଚରିଯାଏ ଶିହରଇ ତନୁମନ
ଏକ ଅଜଣା କଂପନରେ ରୋମାଂଚିତ ପ୍ରେମିକ/ ସ୍ତ୍ରୀ
ନୀରବ ପ୍ରତୀକ୍ଷାରେ ମଜ୍ଜିଯାତି ସ୍ଵପ୍ନଲିକରେ
ପ୍ରଥମ ଦେକାରେ ଅତି ଆପଣର ହୋଇଯାଇଥିବା ପ୍ରିୟ ବାଂଧବୀ
ଗୋଧୁଳି ଲଗ୍ନରେ ଫେରୁଥିବା ଝିଅ
ସମର୍ପିତ ଚିରଂତନୀ ଅଭାଂଗିନୀ
ଋତୁର ପହିଲି ବରଷାର ମୂଲାୟମ ସ୍ପର୍ଶରେ
ହୋଇଯାତି ଭାବବିହ୍ବଳ-ଅର୍ଥ ଚେତନ
ପ୍ରିୟମିଳନର ଦୁର୍ବାର ଆକର୍ଷଣରେ ସଂଜ୍ଞାହୀନ
ପରିଶେଷରେ ଷ୍ଟେସନରେ ଆବିଷ୍କୃତ ହୁଏ
ଇଂଗାବୃଡି ଓ ରକ୍ତତଛିଟା
ଶାରୀରିକ ମିଳର ଏହି ନିର୍ଭୟା ମୋହରେ
ସ୍ମୃତିଚ୍ଯୁତ ପ୍ରେମିକ-ମୋହଗ୍ରସ୍ତ ଉର୍ବଶୀ ।।