STORYMIRROR

Sanjya Tripathy

Romance

4  

Sanjya Tripathy

Romance

ପ୍ରୀତିଲଗ୍ନା

ପ୍ରୀତିଲଗ୍ନା

1 min
17


ପ୍ରିୟା ତୁମେ ପ୍ରୀତିର ଝୁଲଣା, ସୃତିର ଖେଳନା

ଲୁହ ଦେଇ ଆଣିଦେବି ହସ ଜହ୍ନ ରାତି

ଏବେ ମୋ ଦୃଷ୍ଟିର ପରିସୀମାରେ ଧୂମ୍ରାଭ ଦିଗୀତ,

ଚକିତ ଚନ୍ଦ୍ର ଓ ଘୁମନ୍ତ ମଣିଷ

ଅଭିମାନିନୀ, ଅଭିସାରିକା ମୋ ପ୍ରିୟା

ଅନ୍ୟତ ଯୌବନା ମୌସୁମୀର ଶେଷ ସ୍ପର୍ଶରେ ରୋମାଂଚିତ

ଚକ୍ତିମ ଚନ୍ଦ୍ରର ଦୁଃତିରେ ଆଲୋକିତା

ସମସ୍ତ ଅଂଧାର ଓ ଅଳଧୁର ଆସ୍ତରଣରୁ

ଉତ ରକ୍ତଗୋଲାପର କଂଟକିତ

ବେଦନାରେ ବ୍ୟଥୁତା, ବ୍ୟସ୍ତବିବ୍ରତା ।

ସୃତିଲଗ୍ନ, ପ୍ରୀତିଲିପ୍ତତା, ପ୍ରୀତିଙ୍ଗୁରା ପ୍ରିୟା

ମୋ ମନର ମାନସୀ, ରୂପର ରୂପସୀ

ପୂର୍ଣ୍ଣ ଯୌବନା ଅପରୂପା ପ୍ରିୟା

ତୁମ ଦେହର ଦାହରେ ସଂତାପିତ

ତୁମ ବୈଦ୍ୟୁତିକ ସ୍ପର୍ଶର କଳ୍ପନାରେ ଉଲ୍ଲସିତ

ଏକ ଅଣଜା ବେଥୁଭରା ଶିହରଣରେ ଶିହରିତ

ମୁଁ ଶୂନ୍ୟ ଫଜୁରୀର ପଥକ୍ରାନ୍ତ ପଥିକ

ତୁମ ନୀଳତୃଷାର ଆମନ୍ତ୍ରଣରେ ଶିହରିତ

ତୁମ ଦେହର ରାଜରାସ୍ତା ଦେଇ

ବହିଯାଇଥିବା ଏକ ଝଡର ଈଗଲ

ତୁମ ମରମେ ମରମେ ସଂଚାରିତ ହେଉଥିବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance