STORYMIRROR

DEEPAK KUMAR PATRA

Romance Others

3  

DEEPAK KUMAR PATRA

Romance Others

ମହାନଦୀ ଷ୍ଟ୍ରିଟ ଲାଇଟ

ମହାନଦୀ ଷ୍ଟ୍ରିଟ ଲାଇଟ

1 min
127


  

ଏଇ ମିଞ୍ଜି ମିଞ୍ଜି ଲାଇଟ ଆଲୁଅ 

କେତେ ଦିନୁ କେତେ କାଳୁ 

ଜଳୁଛି ଯେ ଜଳୁଛି ଆଉ ଜଳୁଥିବ

ନିଜକୁ ଜଳେଇ ଜଳେଇ ଶେଷରେ

ମହାନଦୀ ଗର୍ଭରେ ସମାଧି ନେଇଯିବ ପଛେ

କିଛି କହିବନି ।।


ନିଜେ ଜଳୁଛି ଆଉ ଜଳୁଛି

ପୁଣି ହସି ଦେଇ ମହାନଦୀ ଶୋଭାକୁ

ଦ୍ୱିଗୁଣିତ କରି ଉପଭୋଗ କରଉଛି

ହେଲେ ,ଏଇ ଜଳିବା ଆଉ ହସିବା ଭିତରେ ବି

ସେ କିଛି ଗୋଟେ କହିବାକୁ ଚାହୁଁଛି

ହେଲେ ସେ କହିପାରୁନି।।


ଏଇ ନିର୍ଜନ ଅନ୍ଧକାରେ ଏମିତି ସଦା ସର୍ବଦା ଆତଯାତ କେତେ ଯେ ପଥିକକୁ ଦେଖୁଛି 

ଅନ୍ୟକୁ ବାଟ ବି ଦେଖଉଛି

କିନ୍ତୁ ସଦା ମୁଣ୍ଡ ଟୁଙ୍ଗାରି ଚୁପଚାପ ରହୁଛି 

କ'ଣ ଭାଲେଣି ସେ କରୁଛି କେଜାଣି

ପଚାରିଲେ ସ୍ଥାୟୀ ହେଇ ଗଡ଼ ଗଡ଼ କି ଅନଉଛି

ବୋଧହୁଏ କିଛି କହିବାକୁ ଚାହୁଁଛି ।।


ଏଇ ଅମା ଅନ୍ଧକାରକୁ ଦେଖି ସେ

ଭୟକରୁଛି ନା ସାହସ ସଞ୍ଚୁଛ

ି କେଜାଣି

ଉପର ଅନ୍ଧାର ଆଉ ତଳର ନିର୍ଜନ ତାରେ

ଧୀର ହେଇ ସଳଖି ଉଠୁଛି 

ଖାଲି ନିଜ ଦେହରେ ପତଙ୍ଗର 

ଆଭରଣ ସଜେଇ ଚୁପ ହେଇରହୁଛି

ବୋଧହୁଏ କିଛି କହିବାକୁ ଚାହୁଁଛି।।


ମହାନଦୀରେ କେତେ ଯେ ମାଛ 

କେତେ ଯେ ସରୀସୃପ ତା ପାଖକୁ 

ଚାଲି ଆସୁଛନ୍ତି ସଲବଲ ହେଇ

ସ୍ଵଚ୍ଛ ଜଳରାଶିକୁ ଦର୍ପଣ ମନେକରି 

ଆଲୁଅରେ ନିଜ ମୁହଁ ଦେଖିବା ପାଇଁ

ଆଉ ଦେଖେଇ ହେଇ ତାକୁ ଚିଡ଼େଇବା ପାଇଁ 

ଏଇ ଭିତରେ ସେ ନିଜକୁ ଦେଖୁଛି

ଆଉ ତୁନି ହେଇ ବସୁଛି

ସେ ଚାହୁଁଛି କିଛି କହିବାକୁ

ହେଲେ ସେ କିଛି କହିପାରୁନି 

କେଜାଣି କ'ଣ ସେ କହିବାକୁ ଚାହୁଁଚି

କ'ଣ କହିବ ସେ ଯେ

ଖଦ୍ୟୋତୀକା ଙ୍କ ସହ ମେଳବସିବା କଥା 

ନା ତାକୁ ଆଲିଙ୍ଗନ କରି ମୃତ୍ୟୁକୁ ପ୍ରାପ୍ତି ହବା

ଏଇ ସହରୀ ଜୀବନର ଗହନ କଥା ଅବା

ଆପଣାର୍ ମରମର୍ ବ୍ୟଥା

କେଜାଣି ସେ କହିବ?


Rate this content
Log in

Similar oriya poem from Romance