STORYMIRROR

DEEPAK KUMAR PATRA

Abstract Fantasy

4  

DEEPAK KUMAR PATRA

Abstract Fantasy

ଜୀବନର କେତେରଙ୍ଗ

ଜୀବନର କେତେରଙ୍ଗ

1 min
372


ଏଠି କେହି ତ ନୁହେଁ କାହାର 

ଆପଣା ବି ହେଇଯାଏ ପର

ପୁଣି ପର ବି ହୁଏ ନିଜର 

ଏଠି ଶେଷ ସାଥି କେବଳ ନିଜେ ନିଜର  ...!।

ଜମି, ବାଡି ପାଇଁ କଳହ ଲାଗି ଯେ 

ଏଠି ପୁଅ ମାରେ ପିତାମାତାକୁ

କରମ ଫଳକୁ ଆଦରି ସେମାନେ 

ଲୁହ ଗଡା଼ନ୍ତି ଦେଖି ବିଧାତାକୁ….।।

କ୍ଷଣ ଭଙ୍ଗୁର ଶରୀର ନଶ୍ୱର

ରହେ ନାହିଁ କାଳ କାଳକୁ 

ଅପଣ୍ଡିତ ଏଠି ପାଣ୍ଡିତ୍ୟ ମୁଖାପିନ୍ଧି 

ଅତ୍ୟାଚାର କରେ ଜନଙ୍କୁ……।।

ଯେତେ ସୁନ୍ଦର ଚାକଚକ୍ୟରେ ରହିଲେ ବି 

ନାହଁ କିଏ ଏଠି ସାହା ହବା ପାଇଁ 

ସୁକୋମଳ ଶେଯରେ ଶୋଇ ରହିଲେ ହେଁ 

ଏଠି ଶେଷ ଯେ ମଶାଣିର କୋକେଇ.......!।

ସଂସାରୀ ମଣିଷ ଏଣ୍ଡୁଅ ପରିକା 

ରଙ୍ଗ,ଠିକଣା ବଦଳୁଥାଏ 

ଜାଣେନା ତା’ର ଶେଷ ଠିକଣାଟି 

ସେଇ ଶ୍ମଶାନ ଭୂଇଁ ହିଁ ହୁଏ ......।।

ମଣିଷ ଶରୀର କ୍ଷଣିକ ପାଇଁ 

ଧନ,ବାହୁବଳ ଯେ କ୍ଷଣସ୍ଥାୟୀ 

ତଥାପି ଗର୍ବରେ ଚାଲିଛି ମଣିଷ 

ଦୁନିଆ ଆଗରେ ଛାତି ଫୁଲେଇ…।।

ସାଥିରେ ନେବୁନି କାଣିଚାଏ ଧନ

ବାଉଳା ହୁଏ ମଣିଷ ମନ 

ଯେତେ ଅର୍ଜିଲେ ବି ତୁହି ଧନ 

ଭାଗ କେବଳ ଛ ଖଣ୍ଡ କାଠ ଆଉ ଶ୍ମଶାନ……।।

ଯେତେ ଶବ୍ଦ, ଧ୍ଵନି ଆଜି ଖୁସିରେ ଗାଇ ଯା 

ମଧୁର ବଚନ ତୁଣ୍ଡରେ ବୋଲୁଥା

କର୍ମ ଘେନି ଫଳ ଦେବ ସେ ବିଧାତା 

ରାମ ନାମ ଖାଲି ମନରେ ଭଜୁଥା

ପାରିକରିଦେବ ସର୍ବ ନିୟନ୍ତା .....!।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract