STORYMIRROR

DEEPAK KUMAR PATRA

Tragedy Classics Thriller

4  

DEEPAK KUMAR PATRA

Tragedy Classics Thriller

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
11

ମୋ ବିଦ୍ୟାଳୟଟି ମୋ ପାଇଁ ଗରବ

ତାହା ଜାଣିଅଛି ମୁହିଁ

ଏ ବିଦ୍ୟାଳୟର ପ୍ରତିଟି ମୁହୂର୍ତ୍ତ

ଚିର ଦିନ ଥିବ ରହି…।।

ଜ୍ଞାନ ଆଲୁଅରେ ଆଲୋକିତ କରି

ଯାହାକୁ ପ୍ରେରିତ କରିଛି

ସିଏ ମଧ୍ୟ ତାର ସୀମିତ ଜ୍ଞାନରୁ

ଅନ୍ଧାରକୁ ଦୂର କରୁଛି….।।

ପଚିଶ ବର୍ଷର ସ୍ମୃତି ଅନୁଭୂତି,

ଆଲୋକର ଏଇ ମଶାଲ

ଜ୍ଞାନର ପ୍ରଦୀପେ ଝଲସୁଛି ଆଜି

ଏହି ଶିକ୍ଷାର ଦେଉଳ….. ।।

ରୌପ୍ୟଜୟନ୍ତୀର ଶୁଭବେଳା ଆଜି

ଆନନ୍ଦ ଭରିଦିଏ ମନେ

ଗଢ଼ିଅଛୁ ଆମେ କେତେ ପ୍ରତିଭାକୁ

ଦେଇ ନିଜ ଶ୍ରମଦାନେ ….. ।।

କେତେ ଯେ ଋତୁ ଆସି ଚାଲିଗଲା

ଛାତ୍ରଛାତ୍ରୀଙ୍କର ହସଖୁସି ନେଇ,

ଏଇ ମାଟି ଆଜି ସାକ୍ଷୀ ରହିଅଛି

ସଫଳତାର ଯଶ ଗାଇ ….. ।।

ଛୋଟ ଛୋଟ ସେହି ଚାରା ଗଛ ସବୁ

ଆଜି ମହାତରୁ ହେଇଗଲେଣି

ଟେକ ରଖି ନିଜ କର୍ମ ବଳରେ

ଦେଶ ବିଦେଶରେ ନା କଲେଣି……।।

୨୫ ବର୍ଷର ଯାତ୍ରାପଥ ଏହି

ରହିଥାଉ ଯେ ଶାଶ୍ୱତ

ଆମ ଅନୁଷ୍ଠାନ ରହିଥାଉ ସଦା 

ଏମିତି ଚିରଦିନ ପୁଲକିତ……..।।

କାଳଜୟୀ ହେଉ ବିଦ୍ୟାଳୟ ମୋର

ବଢୁଥାଉ ତାର କିରତୀ

ଅକ୍ଷୁର୍ଣ୍ଣ ରହୁ ଏ ଗୁରୁଶିଷ୍ୟ ସମ୍ପର୍କ

ସ୍ନେହ, ଶ୍ରଦ୍ଧା ଆଉ ଭକତି…..।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy