STORYMIRROR

DEEPAK KUMAR PATRA

Others

4  

DEEPAK KUMAR PATRA

Others

କଳାଠାକୁର

କଳାଠାକୁର

1 min
13

ହେ କଳାଠାକୁର,

ହେ କାଳିଆ ସାଆନ୍ତେ 

ତୁମର କାଳେ ଖୁବ ବଡ ବଡ଼ ଆଖି 

ଯେଉଁଥିରେ ତୁମେ ଦେଖ ସଂସାର ଯାକର ଦୁଃଖକୁ

କିନ୍ତୁ ମୁଁ କ'ଣ ଭୁଲ କଲି ମହାବାହୁ 

ମୋ ଆଡ଼କୁ କାହିଁକି ଚାହୁଁନ ଯେ .....

ତୁମର କୁଆଡେ ପଲକ ପଡ଼େନି 

ପଲକ ପଡିଲେ କାଲେ କେଉଁ ଭକ୍ତ ବାଦ ପଡିଯିବେ 

ସେଥିପାଇଁ ତୁମର ପଲକ ହିଁ ନାହିଁ 

କିନ୍ତୁ ମୁଁ କଉ ପାପର ଭାଗିଦାରୀ ହେଇଚି ପ୍ରଭୁ 

ସଂସାରର ସମସ୍ତଙ୍କର ଦୁଃଖ ବୁଝୁଛ, ଜାଣୁଛ, ତାରୁଛ ବି 

ହେଲେ ମୋ ପ୍ରତି କାହିଁକି ଏତେ ଅନାଦର ପ୍ରଭୁ 

ମୋ ପ୍ରତି ଏତେ ଅନାଦର କ’ଣ ପାଇଁ.......।।

ନାମ ବାହୁଛ ମହାବାହୁ ବୋଲି 

ବିରାଟ ବାହୁରେ ସଂସାରକୁ ଧରିଛ 

ଭକ୍ତଙ୍କୁ କୋଳେଇ ବି ନେଉଛ 

କିନ୍ତୁ ମୁଁ କାହିଁକି ବଞ୍ଚିତ ମହାବାହୁ 

ମତେ କାହିଁକି ଏତେ ଅସହାୟତା ଭିତରେ 

ଅସଜଡ଼ା କରି ଫିଙ୍ଗିଦେଇଛ…….

ସତରେ କ’ଣ ତୁମେ ଧନୀ ଠାକୁର ପ୍ରଭୁ 

ସତରେ କ’ଣ ତୁମେ ଧନୀମାନଙ୍କର ଦେବତା 

ହଁ କାହିଁକି ବି ଶୁଣିବ ମୋ କଥା 

ମୁଁ କ’ଣ ବା ଦେଇପାରିବି ଯେ ତୁମକୁ 

ଭକ୍ତି ରେ ଗୁହାରି କରିବା ଅପେକ୍ଷା 

ମୋ ପାଖରେ ଅଛିବା କ’ଣ……।

ହେ ଜଗନ୍ନାଥ 

ତୁମେ ଜଗତର ନାଥ ନୁହଁ 

ନା’ହିଁ ତୁମେ ଭକ୍ତର ନାଥ

ତୁମେ ଧନୀଙ୍କର ନାଥ ଅଟପ୍ରଭୁ 

ତୁମେ ଧନନାଥ……..।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍