STORYMIRROR

DEEPAK KUMAR PATRA

Romance

4  

DEEPAK KUMAR PATRA

Romance

ମୁଁ ଥୁଣ୍ଟା ଗଛ ଟିଏ

ମୁଁ ଥୁଣ୍ଟା ଗଛ ଟିଏ

1 min
5

ହଁ ମୁଁ ଥୁଣ୍ଟା ଗଛଟିଏ

ହଁ ମୁଁ ଥୁଣ୍ଟା ଗଛ ଟିଏ

ମୁଁ ଠିଆ ହୋଇ ଅଛି,

କେଉଁ ଅନାଦି କାଳରୁ

ବର୍ଷା-ଖରାର ସାକ୍ଷୀ ହୋଇ,

ଡାଳ ନାହିଁ, ପତର ନାହିଁ,

ତଥାପି ଏଇ ବୀର ମାଟିକୁ ଛାଡ଼ିନାହିଁ କେବେ…..।

ହଁ ମୁଁ ଥୁଣ୍ଟା ଗଛ ଟିଏ

ମୁଁ ସେଇ ଗଛ କଳାହାଣ୍ଡି,

ଦୁଃଖ ଆସିଲେ ବି ମୁଣ୍ଡ ନୁଆଁଏ ନାହିଁ,

ବୀର ପରିକା ସାମ୍ନା କରିଛି

ଶୁଖିଲା ମାଟିର ଛାତି ଚିରି

ଖରା ଯେତେ ଜାଳିଲେ ବି 

ମୁଁ ଥୁଣ୍ଟା ଗଛ ପରି ଠିଆ ହୋଇରହି

କଳାହାଣ୍ଡିର ଜୀବନ ଗାଥା ଗାଉଛି 

ଲୋକ ଗୀତ ଗାଇଛି ଜୀବନର ଗୀତ

ଆଉ ଆକର୍ଷିତ କରୁଛି ଅନେକ ପ୍ରକୃତି ପ୍ରେମୀଙ୍କୁ…..।

ହଁ ମୁଁ ଥୁଣ୍ଟା ଗଛଟିଏ

ଅନେକ ଋତୁ ଆସିଛି, ଯାଇଛି,

କେତେ ଯେ ଭାଙ୍ଗିଛି ସ୍ୱପ୍ନ,

ତଥାପି ଏ କଳାହାଣ୍ଡି ମାଟିର ମଣିଷ

ହାରିନାହିଁ ତା'ର ଆଶାର ସ୍ୱର

ଏବେ ମଧ୍ୟ ରେଣ୍ଡୋ ମାଝୀ ର ଅନୁସରଣରେ

ଝଙ୍କାର ମେଳି ଗାଉଛି ବୀର ସଂଗୀତ

ଚେତ ଚେତରେ କଳାହାଣ୍ଡିଆ ବୋଲି…….।

ହଁ ମୁଁ ଥୁଣ୍ଟା ଗଛ ଟିଏ

ଥୁଣ୍ଟା ଗଛର ମୂଳ ଯେମିତି

ମାଟି ଭିତରେ ଧରିଛି ଜୀବନ,

ଦିନେ ଏଇ ଥୁଣ୍ଟା ଗଛରେ

ପୁଣି ଫୁଟିବ ସବୁଜ ପତର,

କଳାହାଣ୍ଡିର ଶୁଖିଲା ମାଟିରେ

ପୁଣି ଜାଗ୍ରତ ହେବ କଳା, ସଂସ୍କୃତି ଉନ୍ନତ ପରମ୍ପରା

ଥୁଣ୍ଟା ଗଛ ନୁହେଁ ଅସହାୟ—

ସେ ତ ଆଗାମୀ ବସନ୍ତର ଅପେକ୍ଷାରେ

ନୂଆ ଫୁଲ, ଫଳ ଫୁଟି 

ପୁଣି ଉନ୍ନତି ର ପଥରେ ଅଗ୍ରସର ହେବ 

ମୋର କଳାହାଣ୍ଡି 

ବୀର ମାଟି କଳାହାଣ୍ଡି 

ମୁଁ ଧନ୍ୟ ଏଇଠାରେ ଗଛଟିଏ ହୋଇ ଜନ୍ମିଛି …..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance