STORYMIRROR

DEEPAK KUMAR PATRA

Romance Tragedy Others

4  

DEEPAK KUMAR PATRA

Romance Tragedy Others

ତୁମେ ହିଁ ତୁମେ

ତୁମେ ହିଁ ତୁମେ

1 min
26

ଜୀବନର ପ୍ରତିଟି ପାହାଚରେ 

ମୋ ସୁଖରେ ମୋ ଦୁଃଖରେ 

ମୋ ହସରେ ମୋ ଲୁହରେ

ପ୍ରତି ମୁହୂର୍ତ୍ତରେ ତୁମେ ..........

ନିଦ ଭାଙ୍ଗିଲେ ଆଖି ଯାହାକୁ ଖୋଜେ

ସେହି ମିଠା ସ୍ୱପ୍ନର 

ପରିଭାଷା ହେଉଛ ତୁମେ.......

ସୂର୍ଯ୍ୟଙ୍କ ପ୍ରଥମ କଅଁଳ କିରଣରେ

ମୋ ଦିନର ଆରମ୍ଭ ର ଆଶା ତୁମେ.........

ମୋ ସବୁ ରାଗ,ଅଭିମାନର ଶେଷ ଠିକଣା 

ମୋ ସବୁ ଖୁସିର ମୂଳ କାରଣ...

କିଛି ନ ପାଇ ବି ସବୁକିଛି ପାଇବାର

ସେହି ସୁନ୍ଦର ଅନୁଭବ ହେଉଛ ତୁମେ............

କେବେ ପଢ଼ିବ ମୋ ଆଖିର ଭାଷା 

ସେଠି ତୁମେ ଯେ ତୁମେ...

କେବେ ଶୁଣିବ ମୋ ହୃଦୟର ସ୍ପନ୍ଦନ

ସେଠି କେବଳ ତୁମେ ହିଁ ତୁମେ..........

ତୁମେ କେବେ ସେ ସକାଳର ଉଦୟମାନ ସୂର୍ଯ୍ୟ

ତ ପୁଣି କେବେ ମୋ ପାଇଁ ରାତି ଆକାଶର ତାରା

ମୋ ଅନ୍ଧକାର ଜିବନରେ 

ତୁମେ ହେଉଛ ଆଲୁଅ ର ନୂଆ ଧାରା

ତୁମେ ମୋର ଏକାନ୍ତ ଜୀବନର ସାହାରା...........

ଅନେକ ଭିଡ଼ ରେ ଯାହାକୁ ମୋ ମନ ଖୋଜେ

ପ୍ରତି ମୁହୂର୍ତ୍ତରେ ଯାହା ଭାବନାରେ ହଜେ

ନିଜଠାରୁ ନିଜକୁ ଅନେକ ନୂଆ ରୂପେ ଖୋଜେ

ନିଛାଟିଆ ରାସ୍ତାରେ ଯିଏ ମୋର ଛାଇ ହୋଇ 

ମୋ ପାପୁଲିକୁ ହାତରେ ହାତ ଛନ୍ଦି ଚାଲେ

ସେ କେବଳ ତୁମେ..........

ହଜାର ଚେହେରା, ଲକ୍ଷେ ସମ୍ପର୍କ ମଧ୍ୟରେ 

ମୋ ଆଖି ଯେଉଁଠି ଅଟକିଯାଏ 

ଜୀବନର ଅନେକ ଅସମାହିତ, ସଂଗୁପ୍ତ

ମୋ ସବୁ ଅକୁହା ପ୍ରଶ୍ନର ଗୋଟିଏ ଉତ୍ତର

ସେ କେବଳ ତୁମେ ହିଁ ତୁମେ...........

ସମସ୍ତଙ୍କ ସହ ଯେତେ କଥା ହେଲେ ବି

ମନ ଯାହା ପାଖେ ନୀରବ ରହିବାକୁ ଭଲପାଏ...

ସାରା ଦୁନିଆ ଗୋଟିଏ ପଟେ

ଆଉ ମୋ ସୁନ୍ଦର୍ ଦୁନିଆ ଯାହା ସହ 

ସୁଖକୁ ଜିଇଁବା ଠାରୁ ଆରମ୍ଭ କରି

ଦୁଃଖକୁ ଯାହା ସହ ବାଣ୍ଟେ...

ସେ ଆଉ କେହି ନୁହେଁ, 

ସେ କେବଳ ତୁମେ,ତୁମେ

ତୁମେ ହିଁ ତୁମେ.........।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance