STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ଇଚ୍ଛାହୁଏ ପୁଣି ଥରେ

ଇଚ୍ଛାହୁଏ ପୁଣି ଥରେ

1 min
38

ଇଚ୍ଛାହୁଏ ପୁଣି ଥରେ 

ତୁମ ମାନଙ୍କର କୋଳାହଳ ଶୁଣିବାକୁ 

ଆଉ ସେଇ କୋଳାହଳ ଭିତରେ 

ତୁମ ମାନଙ୍କର ସୁଷମ କଳେବରକୁ ଆଙ୍କିଦବାକୁ.....।।

ଇଚ୍ଛା ହୁଏ ପୁଣିଥରେ 

ତୁମ ମାନଙ୍କ ସହ ଖୁସିଗପ କରିବାକୁ 

ଆଉ ସେଇ ଗପ ଭିତରେ 

ଦୁଃଖ ଆଉ ସୁଖର ଅଂଶୀଦାର ହେବାକୁ.......।।

ଇଚ୍ଛା ହୁଏ ପୁଣିଥରେ 

ତୁମମାନଙ୍କୁ ସବୁବେଳେ ଏମିତି ହିଁ 

ମୋ ସମ୍ମୁଖରେ ରଖିବାକୁ 

ଆଉ ପଢା ଭିତରେ ଜୀବନର 

ନବାଶାର ବିଶ୍ଳେଷଣ କରିବାକୁ….।।

ଇଚ୍ଛା ହୁଏ ପୁଣିଥରେ 

ସେଇ ବିତିଯାଇଥିବା ସ୍ୱର୍ଣ୍ଣିମ ମୁହୂର୍ତ୍ତ ଗୁଡିକୁ 

ଭାବର ଡୋର ନେଇ ଫେରେଇ ଆଣିବାକୁ 

ଆଉ ପୁଣିଥରେ ସେଇ ସମୟକୁ ମନଭରି ଜିଇଁବାକୁ.....।।

ଇଚ୍ଛା ହୁଏ ପୁଣିଥରେ 

ତୁମସାଥିରେ ଭାବ ବାଣ୍ଟିବାକୁ 

ଜୀବନର ପରୀକ୍ଷା ଖାତାରେ 

ସଫଳତା ଓ ଅସଫଳତାର ପ୍ରଶ୍ନଟିକୁ 

ସମୟର କଲମ ଆଉ 

ପରିସ୍ଥିତିର ଅକ୍ଷରକୁ ନେଇ 

ତା'ର ସମାଧାନ କରିବାକୁ….।।

ଇଚ୍ଛା ହୁଏ ପୁଣିଥରେ 

ତୁମ ସହ ସମୟ ବାଣ୍ଟିବାକୁ, ରହିବାକୁ .....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy