STORYMIRROR

Debjani Sathua

Tragedy Classics Inspirational

4  

Debjani Sathua

Tragedy Classics Inspirational

ସୁନା ପଞ୍ଜୁରୀ

ସୁନା ପଞ୍ଜୁରୀ

1 min
406

ଦେଖ୍ ଲୋ, ସଖୀ ମୋତେ ନିରେଖି ,

             ସତ କଥାଟିଏ କହିଲୁ ଦେଖି ।


କଣ ସବୁ କହି ଯାଉଛି ଏ ଦୁଇ ଆଖି

        ଜୀବନୀ କିଛି ଏଥିରେ ଅଛି କି ,ଲାଖି ।


ଏ ପଞ୍ଜୁରୀ ମୋ ପାଇଁ ଦେଇଛି ଯୋଖି ,

        ଏମିତି ସେମିତି ଏ ନୁହେଁ ଲୋ ସଖୀ ,


ଗଢି ଦେଇଛି ସୁନା କାରିଗରକୁ ଡାକି

       କହନା ଟିକେ ,ଦିଶୁନି କି ଭାରି ଚିକିମିକି ।


ଜାଣିଛୁ କିଏ ସେ ମୋତେ 

          ସୁନା ବନ୍ଧନେ ଛନ୍ଦି ଦେଇଛି ।


ଆକାଂକ୍ଷାର ପ୍ରାସାଦ କହି 

          ନିବୁଜ ଗମ୍ଭୀରିରେ ଛାଡି ଦେଇଛି ।


ଅଲେଖା କାହାଣୀ ମାନସରୁ

           କେଜାଣି କେବେଠୁ ଲିଭିଯାଇଛି  ।


ଲୁହ ଧାର ସମୁହ ନିରାଶା

             ପାରାବାରେ ଲୀନ ହୋଇଛି। 


ସଙ୍ଘର୍ଷର ଲହୁ ବି ପ୍ରତ୍ୟାଶା

         ପ୍ରହେଳିକାରେ ବାଟବଣା ହୋଇଯାଇଛି ।

                    

ନୀଳ ଆକାଶେ ଉଡୁଉଡୁ ସ୍ୱପ୍ନ ଗୁଚ୍ଛ

        ଶ୍ୟାମ ଜଳଦ ଧକ୍କାରେ ଥକି ହାରିଯାଇଛି।


ଅମାନିଆ ମନଟା ଏକା ଏକା 

       ପଞ୍ଜୁରୀ ଭେଦି  ଘନ ଦେଶେ ଘୁରିବୁଲୁଛି।  


ତରଳେଇବା ସେ କଠିନ ହୃଦୟ 

              ଅପଚେଷ୍ଟା ମନରୁ ଓହରି ଗଲାଣି।


ସୁଖର ସ୍ପୃହା ,ଆଶା ରଖିବା ସମୟ

             ବୟସର ନଈରେ ବୋହିଗଲାଣି।  


 ତୋଳିବାକୁ ହେବ ପଞ୍ଜୁରୀ ଖୋଲି

               ନିଜ ଖୁସି ଭିଜା ଟିକି ନିଡକୁ ।


 ଭାଙ୍ଗିବାକୁ ହେବ ଦୃଢ ମନେ

              ଅନୁଶୋଚନାର ବନ୍ଧ ବାଡକୁ  । 


ଛାଡିବାକୁ ହେବ ମୋହ ମାୟା 

              ପାର୍ଥିବ ପ୍ରତିପତ୍ତି ନିର୍ଜୀବ ଜଡକୁ।


ନିଜ ପାଇଁ ନିଜେ ମୋଡିବାକୁ ହେବ

                 ବଙ୍କା ରାସ୍ତାର ମୋଡକୁ ।


ତେବେଯାଇ କାଳେ ହେବ ଯେ ଖୋଲି

          ଜୀବନ-ଶିକୁଳି ବନ୍ଧା ଦୁଇଗୋଡକୁ।


                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy