STORYMIRROR

Debjani Sathua

Tragedy Inspirational Others

4.5  

Debjani Sathua

Tragedy Inspirational Others

ଯୁଦ୍ଧ ବନାମ ସଂଘର୍ଷ

ଯୁଦ୍ଧ ବନାମ ସଂଘର୍ଷ

1 min
67

ଏଇ ବିରାଟ ସୃଷ୍ଟିର ଜୀବ ଜଗତେ ସକଳ,

      ହିଂସ୍ର  ବିଶାଳ ପଶୁ ଠାରୁ ମନୁଷ୍ୟ ମଗଜେ ବଳ ।

ଆମ୍ପୁଡା କାମୁଡାରେ ବଳୁଆ ପଶୁଙ୍କ ଘମାଘୋଟ,
 
           ଭୂଷାଭୁଷି ଗୋଇଠାରେ ତୃଣଭୋଜି ଲଟପଟ।

ବୁଦ୍ଧିମାନ ବଳବାନ କଲେ ଶାସନେ ଅଧିକାର  ,

         ନିୟମେ ପ୍ରଣିତ , ଜୋର ଯା'ର ମୁଲକ ତାର ।

ବର୍ଛା ଭାଲା; ଆଦି ମାନବ ଟେକା ପଥର ମାଡ ,

        ଧନୁତୀର ନିଆଁ ବାଟୁଳି ବର୍ଷଣେ ଘାଇଲା ବଡ।

ଘୋଡା ହାତୀ ପରେ ଗଦା ଖଡଗ ଚଳେ ଭୀଷଣ  ,

        ରଥି ମହାରଥୀ  ଯୋଦ୍ଧା ବାଣ କଲେକ ପେଷଣ।

ମୁଷ୍ଠି ମଲ୍ଲ ଯୋଦ୍ଧାଙ୍କ ଡେଣାର ପ୍ରକୋପ ବହୁ,

           ବିନା ଅସ୍ତ୍ର ଶସ୍ତ୍ର  ଯୁଦ୍ଧେ ଅସଲ ବଳୁଆ ବାହୁ।

ଦ୍ୱନ୍ଦ ଯୁଦ୍ଧେ ପୁଣି ହୁଏ ବଳ କଷାକଷି ,

               ନିର୍ଣ୍ଣାୟକ ବିଚାର କରନ୍ତି ସିଂହାସନେ ବସି।

ଲାଗିଲା ଯେବେ ତୋପ ଗୋଳାର ଖେଳ,

                 ଧ୍ୱଂସ ମୃତ୍ୟୁ ବଢୁଥିଲା ବେଳକୁ ବେଳ ।

 ସ୍ଥିତି ପରିସ୍ଥିତି ସତ୍ୟ ସଦା ପରିବର୍ତ୍ତନଶୀଳ ,

                ମୁଲକ ଅକ୍ତିଆରେ ପୁଣି ବୋମା ବାରୁଦ ବଳ ।

ବିଧ୍ୱଂସ ବିନାଶ  ଆଜିର ଯୁଦ୍ଧେ  କଳନାତିତ ,

            ବିନଷ୍ଟେ ଧନଜୀବନ, ମାଟି ପାଣି ପବନ ସହିତ। 

ଜୀବନ ମାତ୍ରେ ସଂଘର୍ଷ ରହିଛି ରହିବ ନିହାତି,

         କେଜାଣେ କି ପାଇଁ ମଣିଷ ବୁଦ୍ଧି ଗଢିଛି ନିୟତି। 

ବୁଦ୍ଧି ଜ୍ଞାନ ବିଜ୍ଞାନ କରେ ଉନ୍ନତି ଅବା ଅଧୋଗତି,

            ମନେପଡେ ବିଖ୍ୟାତ ଲେଖକଙ୍କ ଉକ୍ତି,

                 'ଟେକା ଫିଙ୍ଗାଫିଙ୍ଗିରେ ହେବ ଜୀବନର ଇତି।'






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy