STORYMIRROR

Debjani Sathua

Tragedy Classics Fantasy

4  

Debjani Sathua

Tragedy Classics Fantasy

ଅବାଞ୍ଚିତ ଜୀବନ

ଅବାଞ୍ଚିତ ଜୀବନ

2 mins
16

ହେ ଜଗତ ଗୋସେଇଁ, 
                ଦେଲ କାହିଁ ଏ ଜୀବନ ଅବାଞ୍ଚିତ। 

ଛାଡିଗଲ ଏ ସଂସାରେ ଥାପି ମୋର କଅଁଳ ପାଦ ।

ଲାଗୁଥିଲା କେଡେ ମନଲୋଭା ଏ ସାରା ଜଗତ  ,

       ହସି ଖେଳି ହଜେ,ମନେ ପଡେ ଦିନ ସେ ବିଗତ ।

ସୁଢଳ ଦିନଚର୍ଯା ଲଭିଛି ଦୁନିଆଁ ଜାଣିବା ପରୁ ,

          ଧନ୍ୟମଣି ଥିଲି ଭାଳି କେବେ ଏଦିନ ନ ସରୁ ।

ଚାହିଁଥିଲି ମାପିବାକୁ ଭବ ସାଗର ଗଭୀରତା, 

           ମର୍ମେ ମର୍ମେ ଅନୁଭବି ଜୀବନଯାତ୍ରାର ବନ୍ଧୁରତା ।

ପୁଣି ଶକ୍ତି ସଞ୍ଚାରି ବଢାଇଲି ପାଦ ବାହି ବୟସ ସବାରି ,

ପଡିଉଠି କ୍ଷତାକ୍ତ ତନ,
                    ତେବେବି ଆସେ ମନୋବଳ ଉତୁରି ।

ପାରି ନ ଥିଲା ଛୁଇଁ  ନୈରାଶ୍ଯର ସାମାନ୍ୟତମ ଛାଇ ,

          ଧୈର୍ଯ୍ୟ ନିଷ୍ଠା ବଢାଏ ଭଜି ତୁମକୁ ହିଁ  ଗୋସାଇଁ ।

ଆଗକୁ ପୁଣି ସଂଘର୍ଷର କଣ୍ଟକିତ ପଥ ରଖିଲ କାଇଁ ?

           ପଛକୁ ଫେରିବାକୁ ଟିକେ ବି ତ ବାଟ ପାଉ ନାହିଁ।

ରହସ୍ୟ ତୁମ ମାୟା ବନ୍ଧନର ବୁଝି  ହିଁ  ପାରେ ନାହିଁ।
 
         ତେବେ ବି ଭରିଛି ସଯ୍ୟଶକ୍ତି ଶ୍ରୀ ମୁଖକୁ ତୁମ  ଚାହିଁ  ।

 ବଞ୍ଚିବାକୁ ସହଜ ସରଳ ଜୀବନ କରିଥିଲି ଇଛା ,

            ଆଡମ୍ବର ଚାକଚକ୍ୟ ମୋ ପାଇଁ ଥିଲା ସଦା ମିଥ୍ୟା  ।

କସ୍ତୁରି ମୃଗ ସମ ବିଛାଇଛ ମୋହମାୟା ଜାଲି ,

            ବଣମଲ୍ଲୀ ମହକର ଶାନ୍ତି ଟିକେ ଦେଇଥାନ୍ତ ଖାଲି।

ବଉଳ ଭରା ବୃକ୍ଷର  ଛାଇରୁ ଚେନାଏ ,

    ନୂଆ ମାଠିଆ ପାଣିର ତୁଷାର୍ତ୍ତ ବାସନାରୁ ବୁନ୍ଦାଏ , 

ଦେଇଥାନ୍ତ ହେଲେ ସାଇଁ ହେ ,

 ଧାରା ଶ୍ରାବଣ ରାତିର ଗରମ ଚକୁଳିରୁ ଖଣ୍ତିଏ ,

                  ଓଠଥରା ଜାଡର ଉଷୁମ  କାଞ୍ଜିରୁ ମୁନ୍ଦିଏ ,

ଦିଅନ୍ତ  ହେଲେ ...

         ଭିଜାମାଟି ବାସ ସମ ଶାନ୍ତିରୁ ଟକିଏ , 

                      ବିତିଯାନ୍ତା ବଳକା ଆୟୁ ତକ ଏ ।

ସାମାନ୍ୟ  ବାଞ୍ଛା ମୋ ପୁରଣ କି କରନ୍ତ ନାହିଁ  ! 

             ଏ ଜନ୍ମେ ମୋହଜାଲେ କେବେ ହଜିବି ନାହିଁ, 

    ଏତିକି  ସଦ୍ ବୁଦ୍ଧି  ଦେଉଥିବ ହେ ବ୍ରହ୍ମାଣ୍ଡ ଗୋସାଇଁ। 
 



Rate this content
Log in

Similar oriya poem from Tragedy