ଓଡିଆଙ୍କ ପ୍ରାଣ ପଖାଳ
ଓଡିଆଙ୍କ ପ୍ରାଣ ପଖାଳ
ଗ୍ରୀଷ୍ମ ପ୍ରଧାନ ଦେଶ ତ ଆମ ଏ ଭାରତ ଦେଶ ,
ତା ଚାଇ ତ ପୁଣି ହୋଇଛି ଖାଦ୍ୟ ଓ ବେଶ ।
ବିଜ୍ଞାନ ତ କରିଛି ଉନ୍ନତି ହେଲେ ପରିବେଶ ଅବନତି,
ଗ୍ରୀଷ୍ମେ ରୌଦ୍ରେ ଉତ୍ତାପ ବଢିବଢି କରେ ଜୀବନ ଇତି ।
ବିଗିଡି ଗଲାଣି ବି ଏବେ ମଣିଷର ମତିଗତି,
ଅକାରଣେ ଯୁଦ୍ଧେ ମାତି ,ନ କରି ଭବିଷ୍ୟ ଭିତି ,
ନଷ୍ଟ କରି ପରିବେଶ ବଢେଇ ଚାଲିଛି ତାତି।
ଆମ ପୂର୍ବଜ ମାନଙ୍କ ଥିଲା ବୋଲି ଖାଦ୍ୟ ପ୍ରିତି,
ସୃଜିଥିଲେ ସ୍ୱାଦିଷ୍ଟ ତଥା ପୁଷ୍ଟିକର ଖାଦ୍ୟ ରିତି।
ଓଡିଆଙ୍କ ଚିର ପରିଚିତ ପଖାଳ ପରା ସେଇଟା ,
ଯାହା ରାନ୍ଧିବ ତା ସାଙ୍ଗେ ବଢାଏ ଖାଇବା ମଜାଟା।
ବଡିଚୁରା,ସାଗଭଜା ବାଦାମ ଚଟଣିକୁ ଆଳୁ ଚକଟା ,
ସବୁ ସାଙ୍ଗେ ନିହାତିଥିବ ଲଙ୍କାଲୁଣ ରସୁଣ ପାଗଟା ,
ସୁଆଦ ବଢେ ପଣସ କଦଳୀ, କଲରା ପିଠଉ ଭଜାଟା ।
ପିଜା ବରଗର୍ ନା ' ଖାଲି ତୁଛାଟା ,
ଖାଇ ତାକୁ ବଢେ ଖାଲି ପେଟ ରୋଗଟା ।
ଆମ ପାଣିପାଗକୁ ସୁହାଏ ପେଟଥଣ୍ଡା ଦହି ତୋରାଣିଟା,
ପଖାଳ ବୈଶିଷ୍ଟ୍ୟକୁ ପ୍ରସାର କରିବା କାମଟା ,
ସାରିବା ପାଳି ଉତ୍ସାହେ ପଖାଳ ଦିବସଟା ,
ପ୍ରବାସୀ ଓଡିଆ ମାନ ମୋର ସାନ କଥାଟା ,
ପିଲାଙ୍କୁ ବୁଝାଇ ଓଡିଆ ଅସ୍ମିତା ବିଶେଷତା,
ନିହାତି ପାଳିବ ଖୁସିରେ ଆଜିର ଦିନଟା ।
