STORYMIRROR

Satyaprakash Sethy, M. A(UGC NET)

Drama

3  

Satyaprakash Sethy, M. A(UGC NET)

Drama

ତୁ ଏଇ ନାଟକେ

ତୁ ଏଇ ନାଟକେ

1 min
260


ତୁ ଏଇ ନାଟକେ ମହାନ ନାୟକ

ମୁଁ ଗୋଟେ କଳାକାର

ତୁମ ଅଭିନୀତ ନାଟକରେ ମୋର

ଭୂମିକାଟି କିନ୍ତୁ କ୍ଷୁଦ୍ର।।

ତୁମେ ନାଟ୍ୟକାର ପୁଣି ନିର୍ଦ୍ଦେଶକ

ତୁମେ ଚାହିଁଲେଟି ଯାହା

ନିର୍ଦ୍ଦେଶନା ଲାଗି ରହିଛି ଅଟକି 

ମିଳୁନାହିଁ କାହିଁ ତାହା ।।

ମିଳିଲେ ଲଂଘିବି ଗିରି ସମୁଦ୍ରଟି

ହେଉ ପଛେ କଷ୍ଟ ମୋତେ

ପଟୁ କଳାକାର ହେବା ଲକ୍ଷ୍ୟ ରଖି

ଧାଇଁ ଅଛି ପଛେ ଏତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama