STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

ବିଶ୍ବାସଟି ତୁମେ କର କି ନକର

ବିଶ୍ବାସଟି ତୁମେ କର କି ନକର

1 min
144

ବିଶ୍ବାସଟି ତୁମେ କର କି ନକର

ଏହା ହିଁ ତ ଧ୍ରୁବ ସତ୍ୟ, 

ମରିବି ନିଶ୍ଚେ ମୁଁ ଆସନ୍ତା କାଲିକି 

ହେବିନି ଯେ ଆଉ ସ୍ପୃଶ୍ଯ। 0। 

ତୁମେ କି କାନ୍ଦିବ ନା ଯିବ ସାଥେ ମୋ 

ପାରିବନି ତାହା କରି, 

ସାଥି ଦେଇପାର ମଶାଣି ଭୂଇଁକୁ

ଶୋକ ପାଳି କିଛି ଘଡି଼।

ଶ୍ରଦ୍ଧାଞ୍ଜଳୀ ତୁମ ଫୁଲମାଳ ହାତେ 

ହୋଇପାରେ ମୋର ପ୍ରାପ୍ୟ ।୧।

ତା'ପରେ ଭୁଲିବ ଭୁଲିଯିବ ମୋତେ

ତ୍ୟାଗ ବଳିଦାନ ଯେତେ, 

ଭୁଲିବ ମୋ ପ୍ରେମ ଭଲ ପାଇବାଟି

ଫେରାଇ ନଦେଇ ଏତେ।

 ଧନ୍ୟବାଦ କିନ୍ତୁ ଦେବାକୁ ନଥିବି 

ତୁମେ ଶାନ୍ତି ମୋର କାମ୍ୟ । ୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational