ମହିମା
ମହିମା
ତିନୋଟି ଗାଁର ମିଳନ ସ୍ଥଳୀରେ
ଯୋରନ୍ଦା ଗଦି ଯେ ସ୍ଥିତ
ଯାହାକି ଅଟଇ ସମାଧୀ ପୀଠଟି
ମହିମା ଗୋସ୍ଵାମୀ ରୁତ।। 1
ଦୂରତା ଯାହାର ଢେଙ୍କାନାଳଠାରୁ
ତିରିଶ କିଲୋ ମିଟର
ଜୋରନ୍ଦା ନଟିମା ପାଟଣା ମଧ୍ୟସ୍ଥ
ଅବସ୍ଥିତି ଯେ ତାହାର!।। 2
ଏହି ମନ୍ଦିରଟି ଉତ୍ସର୍ଗୀକୃତ ଯେ
ଶୂନ୍ୟବ୍ରହ୍ମ ଲୀଳାକର
କୌଣସି ମୂର୍ତ୍ତିର ପୂଜନରେ ପରା
ବିଶ୍ବାସ ନାହିଁ ତାଙ୍କର।। 3
ବ୍ରାହ୍ମଣ ବାଦର ମୂର୍ତ୍ତି ଉପାସନା
ମନ୍ତ୍ର ତନ୍ତ୍ର ବିରୋଧରେ
ପ୍ରତିବାଦ କରି କପିଳାସ ଆସି
ସିଦ୍ଧି ଲାଭ ସେ ଯେ କରେ। ।4
ଅଠର ଛବିଶ ମସିହାରେ ପୁରୀ
ସହର ଛାଡିଣ ସନ୍ଥ
, 255, 255);">ଅଠର ଛସ୍ତରୀ ମହାପ୍ରୟାଣଟି
ଲଭିଲେ ପ୍ରମାଣ ଗ୍ରନ୍ଥ।। 5
ସେମାନେ କହନ୍ତି କେତେ ଯେ ପବିତ୍ର
ଭାଗବତ ପୁରାଣଟି
ସର୍ବ ଦେବାଦେବୀ ସମ୍ମାନ କରିବା
ତାଙ୍କ ଆଦର୍ଶ ବୋଧଟି।। 6
ପଞ୍ଚସଖା ଜୈନ ତନ୍ତ୍ର ବୌଦ୍ଧ ଧର୍ମ
ସହ ରଖେ ସମାନତା
ସନ୍ଥ ମାନଙ୍କର ଅଟେ ଏହା ଗୋଷ୍ଠୀ
ଧର୍ମ ଅଟେ ମହାନତା।। 7
ଦର୍ଶନ ତତ୍ତ୍ଵଟି ନିଆରା ତାଙ୍କର
ଗେରୁଆଟି ଭେକଭାକ
ଅଲେଖ ଧର୍ମ ବା ମହିମା ଧର୍ମଟି (1862 sidhi attained)
ରୂପେ ହେଲା ଯେ ବିଦିତ।। 8
ଗୋବିନ୍ଦ ବାବାକୁ କବି ଭୀମ ଭୋଇ (1850 – 1895)
ଶିଷ୍ୟଗଣ ବେଶ୍ ଆଦୃତ
ଅନ୍ଧ କବିଙ୍କର ମହାନ କୃତିତ୍ୱ
ବିଶ୍ଵ ଦରବାରେ ଗୃହୀତ।। 9