Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Panchanan Jena

Drama

4.5  

Panchanan Jena

Drama

ଚୁପ୍ ରୁହ ! ବ୍ରେକ୍ ଦିଅ !

ଚୁପ୍ ରୁହ ! ବ୍ରେକ୍ ଦିଅ !

2 mins
370


ଛୋଟ ଥିଲି ଯେବେ ମୁଁ

ସ୍କୁଲ ଯାଉଥିଲି ଯେବେ ମୁଁ

ବହୁତ ବକର ବକର ଚବର ଚବର ହେଉଥିଲି ମୁଁ

ମା' ସବୁବେଳେ କହୁଥିଲା

ଚୁପ୍ ରୁହ ! ବ୍ରେକ୍ ଦିଅ !

ଜାଣିନୁ କି 

ପିଲାମାନେ ବେଶି ନାହିଁ ବୋଲନ୍ତି ।୧


ବୟସ ବଢି ଚାଲିଲା ଥେଇ ଥେଇ

ମୁଁ ବି ବଡ଼ ହେଲି ସାଇକେଲ ଚଲେଇ

ବେଶି ବେଶି କହିଲି ଭାଷିଲି

ମା'ର ମିଛିମିଛିକା ଗାଳି ଖାଇଲି

ଚୁପ୍ ରହୁନୁ ! ବ୍ରେକ୍ ଦଉନୁ

ଜାଣିନୁ କି

ବଡ଼ ହେଲୁଣି ପରା ମୋ ହୁଣ୍ଡି ମୋ ଗେହ୍ଲୀ ମୋ ଓଲି ।୨।


ଷୋଳଟି ଫଗୁଣେ ହେଲି ବିଭୁଷିତା

ଯୌବନ ଦୋଳି ଖେଳିଲା ଅଙ୍ଗଲତା

କଥାରେ ବାକ୍ୟରେ ଫିଟିଗଲେ ମୁଁହ ଲଗାମ୍

ମା' ତାଗିଦ୍ କରିବିସେ ଦିନ ତମାମ୍

ଚୁପ୍ ରହୁନୁ ! ବ୍ରେକ୍ ଦଉନୁ

ସବୁବେଳେ ଖାଲି ଘୋଡି ହେସ୍ରା ରଡ଼ି

ଜାଣିନୁ କି 

ପରଘରକୁ ଯିବୁ ପରା ଆଗ ମଗୁଶିରକୁ ଉଡି ।୩।


ଶଶୁର ଘରକୁ ଗଲି ଫୁଲ ସବାରି ଚଢି

ତ୍ୟାଗ ସ୍ନେହରେ ବାନ୍ଧିଲି ମୁଁ ମଲ୍ଲୀ କଢି

କିଛି ବି କହିଲେ କେବେ କଜାଲି

ଶାଶୁମା' ବଙ୍କେଇ କହନ୍ତି ଇଂଗିତ ନକଲି

ଚୁପ୍ ରୁହ ! ବ୍ରେକ୍ ଦିଅ 

ଏକଦମ୍ ତାଲା ପକାଅ ଅସଲି

ଜାଣିନ କି 

ବାପଘର ନୁହଁ ଗଲ କି ଭୁଲି ? I୪।


ଘର ଗୃହସ୍ଥି ଅଳି ଅର୍ଦ୍ଦଳି ସମ୍ଭାଳିଲି 

 ଆର୍ଯ୍ୟା ଭାର୍ଯ୍ୟା ଶାନ୍ତା କାନ୍ତା ଚଂପାକଲି

ପତି ପରମେଶ୍ଵରଙ୍କୁ କିଛି କହିଲେ ଓଗାଳିଲେ ଖେଣ୍ଟିଆ ଖାଇଲି

ଚୁପ୍ ରୁହ ! ବ୍ରେକ୍ ଦିଅ !

ଜାଣିନ କି

ସମ୍ମାନ ସଂସ୍କାର

କ'ଣ ବା ଜାଣିଛ ଆଜିକାଲି ? I୫।


ପିଲା ପରିବାର ପାଇଁ ପାଦ କାଢିଲି

ଜୀବନ ଜୀବିକା ପାଇଁ ଚାକିରି କଲି

ସତ କହିବାକୁ ମୁଁହ ଖୋଲିଲେ

ଶୁଣିବାକୁ ପାଇଲି

ଚୁପ୍ ରୁହ ! ବ୍ରେକ୍ ଦିଅ !

ଜାଣିନ କି

ଅଭିନବ କୌଶଳ ଫାଇଲ ନାଲି

କାମ କରିବାକୁ ହଲି ଦୋହଲି ? I୬।


ହୃଦୟର କୋହ ହୋଇ ଧାରେ ଲୁହ

ବହିଯାଏ ବାରବାର

ବୟସ ବଢିଲା ଧଳା ବାଳରେ ରଙ୍ଗ ଲାଗିଲା ଆଗୁସାର

ଏବେ କହି ବସିଲେ କିଛି

ଆକଟ କଲେ ମଝିରେ ପଶି

କଟୁ କଟାକ୍ଷ କଡ଼ା ଉତ୍ତର

ପିଲା କହନ୍ତି ବିଷ ଜହର

ଚୁପ୍ ରହୁନୁ ! ବ୍ରେକ୍ କଷୁନୁ ?

ଜାଣିନୁ କି

ତୁ ପରା ରିଟାୟାର୍ଡ ହେଲୁଣି ଦୁଇ ସମ୍ବସ୍ତର ।୭।


ବୟସର ଅପରାହ୍ନ ଆସି ଉପଗତ

ବୁଢୀ ହେଲି ଆଣ୍ଠୁ ଅଣ୍ଟା ଧକଧକ

କିଛି କଥାରେ ତର୍କରେ ବାକ୍ ବିତଣ୍ଡାରେ 

ପଦେ ଅଧେ ଗଦେ ଛନ୍ଦେ କହିବସିଲେ ଥରେ

ଚୁପ୍ ରହ ! ବ୍ରେକ୍ ଦିଅ !

ଜାଣିନୁ କି 

ପିଲେ କହନ୍ତି ନାତି ନାତୁଣୀ ବକନ୍ତି

ଆରାମ କରିବାକୁ ପରା କହିଛି ଡାକ୍ତର ସାରେ ।୮।


ଏମିତି ତାଲାବନ୍ଦ କଥାବନ୍ଦ ତୁଣ୍ଡିବନ୍ଦ ମୁହଁଛନ୍ଦ ଭିତରେ ଭିତରେ

ଏମିତି ଲକ୍ ଡାଉନ୍ ସଟ୍ ଡାଉନ୍‌ ଜୀବନ କାଳ ଖଣ୍ଡରେ

ବହୁତ ଦବି ରହିଯାଇଛି ମନ ଗହନର ଅସରନ୍ତି ବ୍ୟଥା

ବହୁତ ଛପି ରହି ପଡିଛି ବାଲ୍ୟ କୌଶରର ଅବ୍ୟକ୍ତ .ଗାଥା

ବହୁତ ପୋତି ପଡିରହିଛି ଜନ୍ମ ଯାତକର ବେତୁକୀ ବାର୍ତ୍ତା

ମନ ମଗଜ କହୁଛି

ହୃଦ କନ୍ଦର ଭାସୁଛି

ଅନନ୍ତ ଅନ୍ତର ଚାହୁଁଛି

ଖୋଲି ଠିଆମେଲା କରିବାକୁ ବନ୍ଦ କଥା ନଥାର ତାଲା

ବହୁତ କିଛି କହିବାକୁ ବଖାଣିବାକୁ ଗୋପନ କଥାର ନଥିପତ୍ର ମୁଦାଲା

କିନ୍ତୁ ପରନ୍ତୁ ଅଧିକନ୍ତୁ

ଆଗରେ ଯମରାଜ ଛିଡ଼ା ହସ୍ତ ପ୍ରସାରୀ

ଚୁପ୍ ରୁହ ! ବ୍ରେକ୍ ଦିଅ !

ଜାଣିନ କି

ଶେଷ ସମୟ ଉପନୀତ ନାରୀ । ୯ ।


ଆଉ ମୁଁ ଚୁପ୍ ରହିଲି ବିନୀତ

ଚୁପ୍ ଚାପ୍ ତୁନି ହେଲି ମଥାନତ

ସବୁଦିନ ପାଇଁ ଚିରଦିନ ପାଇଁ

ହେଲି ଅଗ୍ନିଭକ୍ଷିତ ମାଟିମଣ୍ଡିତ 

ଶେଷନିଦ୍ରାରେ ସର୍ବୋପରି ।୧୦।



Rate this content
Log in