STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଶୀତଳ ଷଷ୍ଠୀ

ଶୀତଳ ଷଷ୍ଠୀ

1 min
23


ଜ୍ୟେଷ୍ଠ ମାସ ଶୁକ୍ଲ ପଞ୍ଚମୀ ତିଥିରେ

ଉତ୍ସବ ଶିବାଳୟ ରେ

ଶିବ ପାର୍ବତୀଙ୍କ ବିବାହ ଉତ୍ସବ

ପୁର୍ଣ୍ଣ ବିଧିବିଧାନ ରେ

ମହାକୋପୀ ମହା-ତପି ରୁଦ୍ର-ରୂପୀ

ବିବାହର ଉପରାନ୍ତ

ଆଦିଶକ୍ତି ମହାମାୟା ପାର୍ବତୀଙ୍କ

ସାଥେ ଶୀତଳ ଓ ଶାନ୍ତ

ଦେବ-ଦମ୍ପତିଙ୍କ ଏ ମହା ମିଳନ

ଉତ୍ସବ ରୂପେ ପାଳନ

ଲୋକାଚାରରେ ବିବାହ ପର ଦିନ

ଶୀତଳ ଷଷ୍ଠୀ ବିଧାନ


ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ବିଧି

ସହ ପ୍ରତି ଶିବାଳୟ

ହର୍ଷ ଉଲ୍ଲାସରେ ଉତ୍ସବ ପାଳନ

ପରିବେଶ ଶିବ ମୟ

ପୌରାଣିକ କଥା ବସ୍ତୁର ଉପରେ

ଉତ୍ସବ ପର୍ଯ୍ୟବେସିତ

ଦେବ ଦେବ ମହାଦେବଙ୍କ ବିବାହ

ସହିତ ତଥ୍ୟ ଜଡ଼ିତ


ନିଜର ପ୍ରଥମ ପତ୍ନୀ ଦକ୍ଷ କନ୍ୟା

ସତୀଙ୍କ ବିୟୋଗ ଧାରେ

ତପସ୍ୟାରେ ମଗ୍ନ ଥିଲେ ମହାଦେବ

ସତୀ ବିଚ୍ଛେଦ ଦୁଃଖରେ

ଏ ସମୟେ ତାରକାସୁର ଦୈତ୍ୟ ର 

ସ୍ଵର୍ଗ ପୁରେ ଅତ୍ୟାଚାର

ବ୍ରହ୍ମା ବର ବଳେ ବଳୀୟାନ ଦୈତ୍ୟ 

ସ୍ଵର୍ଗ କଲା ଛାରଖାର 

ଶିବଙ୍କ ଔରସ ସନ୍ତାନ ହାତରେ

ତାରକାସୁର ନିଧନ

ବର ପ୍ରାପ୍ତ ବେଳେ ବ୍ରହ୍ମାଙ୍କ ମୁଖରେ

ବାଣୀ ହୋଇଛି ନିଦାନ

ତାରକାସୁର ନିପାତ ଆଢ଼ୁଆଳେ 

ଦେବଗଣଙ୍କ ଯୋଜନା 

ସମୂହ ପ୍ରାର୍ଥନା ବଳେ ମହାଶକ୍ତି

ହେଲେ ହିମାଳୟ କନ୍ୟା


ପାର୍ବତୀଙ୍କ କଠୋର ତପସ୍ୟା ବଳେ

ଶିବ ସନ୍ତୁଷ୍ଟ ସହିତ

ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ତିଥିରେ

ବିବାହରେ ସହମତ

ପାର୍ବତୀଙ୍କ ନିଷ୍ଠା ପରୀକ୍ଷା ନିମନ୍ତେ

ବିକୃତ ବର ବେଶରେ

ଭୂତ ପିଶାଚ ବେତାଳ ନନ୍ଦୀ ଭୃଙ୍ଗୀ 

ଯକ୍ଷ କିନ୍ନର ସାଥିରେ

ଯଥା ସମୟରେ ହର ଗୌରୀ ଭେଟ

ସମ୍ପ୍ରତି ହେଲା ସମ୍ପନ୍ନ

ରୁଦ୍ର ରୂପୀ ଶିବଙ୍କ ,ଗୌରୀ ସାନିଧ୍ୟେ 

ଶୀତଳ ହେଲା ପରାଣ


କ୍ରମେ ଘଟଣାର ମୋଡ ଭିନ୍ନ ରୂପେ

ପୂରାଣେ ଅଛି ବର୍ଣ୍ଣନ

ଲୋକାଚାରରେ ବିବାହ ପର ଦିନ

ଶୀତଳ ଷଷ୍ଠୀ ପାଳନ

ଉତ୍କଳରେ ପ୍ରାୟ ପ୍ରତି ଶିବାଳୟେ 

ଯାତ୍ରା ହର୍ଷ ଉଲ୍ଲାସରେ 

ନିଆରା ଉତ୍ସବ ହେଉଛି ପାଳନ

ସମ୍ୱଲପୁର କ୍ଷେତ୍ରରେ

ସମାଜରେ ପ୍ରଚଳିତ ପରମ୍ପରା

ଧାରେ ବିବାହ ଯେପରି

ବୈଦିକ ରୀତି ରେ ଶିବ ପାର୍ବତୀଙ୍କ

ମିଳନ ବିଧି ସେପରି

କନ୍ୟା ଅନ୍ୱେଷଣ ନିର୍ବନ୍ଧ ସହିତ

ବାଣ୍ଟି ନିମନ୍ତ୍ରଣ ପତ୍ର

ବର କନ୍ୟା ପିତା ମାତା ନିରୂପଣ

ଭକ୍ତ ମଧ୍ୟେ ସ୍ଥିରୀକୃତ

କନ୍ୟା ଦାନ ଯାନି ଯୌତୁକ ଯେପରି

ସମାଜରେ ପ୍ରଚଳିତ

ଦେବ ଦମ୍ପତିଙ୍କ ବିବାହ ବେଳାରେ 

ଅବିକଳେ ସମ୍ପାଦିତ


ଜାଗତିକ ଓ ଦିବ୍ୟ ମିଳନ ରୂପେ

ଶିବ ଶକ୍ତିଙ୍କ ମିଳନ

ଶକ୍ତି-ଶିବଙ୍କର ପରିଣୟ ତିଥି

ଯୁଗ ଯୁଗରୁ ପାଳନ

ଉତ୍କଳୀୟ ପରମ୍ପରା ଆଧାରରେ

ଶିବ ପାର୍ବତୀ ବିବାହ

ଶୀତଳ ଷଷ୍ଠୀ ନାମ ସହ ପାଳନ

ପରିବେଶ ଶିବ-ମୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama